5 ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କଲେ ପୋଲିସ ଡିଜି
by Argus News
Wed, Sep 18 | 11:28 a.m.

ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ମାମଲା । 5 ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କଲେ ପୋଲିସ ଡିଜି । ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ର ସସ୍‌ପେଣ୍ଡ । ଭରତପୁର ଥାନାର SI ବୈଶାଳିନୀ ପଣ୍ଡା ସସ୍‌ପେଣ୍ଡ । ASI ସଲିଳମୟୀ ସାହୁ, ସାଗରିକା ରଥ ସସ୍‌ପେଣ୍ଡ । କନଷ୍ଟେବଳ ବଳରାମ ହାଁସଦା ମଧ୍ୟ ସସ୍‌ପେଣ୍ଡ । ସେନା ମେଜର ଓ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ମାମଲାରେ ଆକ୍ସନ୍ ।... ଶନିବାର ଭରତପୁର ଥାନାରେ ଘଟିଥିଲା ଘଟଣା । ମେଜର ଗୁରୁବନ୍ତ ସିଂ ଓ ବାନ୍ଧବୀଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।… ସେପଟେ ଆଜି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ ତଦନ୍ତକାରୀ ଅଧିକାରୀ। ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ମେଡ଼ିକାଲ ରିପୋର୍ଟ ସହ ତଦନ୍ତକାରୀ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ କୋର୍ଟରେ ହାଜର ହେବେ। ବାନ୍ଧବୀ ଅଙ୍କିତାଙ୍କ ଜାମିନ ଆବେଦନ ଶୁଣାଣି କରି ଗତକାଲି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଅଙ୍କିତା  ହାଇକୋର୍ଟରେ ଦୁଇଟି ମାମଲା ଦାୟର କରିଥିବା ବେଳେ ପ୍ରଥମେ ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣୀ କରିଛନ୍ତି। ଅଙ୍କିତା ଆହତ ହୋଇଥିବା ନେଇ କୋର୍ଟରେ ମେଡ଼ିକାଲ ରିପୋର୍ଟ ଦାଖଲ କରାଯାଇଥିଲା। ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ସହ ମେଡ଼ିକାଲ ରିପୋର୍ଟ ଦାଖଲ ପାଇଁ ମଙ୍ଗଳବାର ଦିନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ତାଙ୍କ ନାଁରେ ଥିବା ମାମଲା ଖାରଜ ପାଇଁ କୋର୍ଟରେ କରିଥିବା ଆବେଦନ ଉପରେ ଶୁଣାଣି ହୋଇନାହିଁ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ