ବିପୁଳ ଗଂଜେଇ ଜବତ, ଦୁଇ ଗିରଫ 
by Argus News
Wed, Feb 28 | 4:28 p.m.

ଭଦ୍ରକ: ବାସୁଦେବପୁର ଥାନା କଳଘର ଛକ ନିକଟରେ ପୋଲିସ ପେଟ୍ରୋଲିଂ ସମୟରେ ଚଢ଼ାଉ କରି ବିପୁଳ ପରିମାଣରେ ଗଂଜେଇ ଜବତ ସହିତ ନଗଦ 66ହଜାର 940 ଟଙ୍କା ଓ 2ଜଣକୁ ଗିରଫ କଲା ବାସୁଦେବପୁର ପୋଲିସ ।

ଏ ନେଇ ଆଜି ବାସୁଦେବପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମିଳନୀ ମାଧ୍ୟମରେ ସୂଚନା ଦେଲା ପୋଲିସ । ଗିରଫ 2 ଜଣ ବ୍ୟକ୍ତି ହେଲେ ସୁଦର୍ଶନପୁର ଅଂଚଳର ଅମରେଶ ଚନ୍ଦ୍ର ବେହେରା ଓ ଅନ୍ୟ ଜଣେ ଚିରୋଳ ଅଂଚଳର ଦୟାନିଧି ଗୋଛାଏତ । ଗତ କାଲି ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଗଂଜେଇ ଦେବାକୁ ଅପେକ୍ଷା କରିଥିବା ଏହି 2 ଜଣ ବେପାରୀ ପୋଲିସ ହାବୁଡ଼ରେ ଧରା ପଡ଼ିଥିଲେ । ଏବଂ ତାଙ୍କ ଠାରୁ ପୋଲିସ 3କିଲୋ 670ଗ୍ରାମ ଗଂଜେଇ ଜବତ କରିଥିଲା ଓ  2 ଜଣକୁ ଗିରଫ କରିଥିଲା । ଏଥିରେ ସମ୍ପୃକ୍ତ ଅନ୍ୟ ମାନେ ଫେରାର ହେଇଯାଇଥିବା ଜଣାପଡିଛି । ଏ ନେଇ ଆଜି ସାମ୍ବାଦିକ ସମିଳନୀ ମାଧ୍ୟମରେ ସୂଚନା ଦେଇଛି ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ