ସରକାର ଓ ଶାସକ କଳ ଦ୍ବାରା ଏସଏଚଜି ମହିଳାଙ୍କ ରାଜନୈତିକ ବ୍ୟବହାର
by Argus News
Thu, Apr 04 | 7:15 p.m.

ସୁନ୍ଦରଗଡ: ଆଦର୍ଶ ଆଚରଣ ବିଧି ପ୍ରତି ଆଖି ବୁଜି ଦେଇଛି ବିଜେଡି । ଏବେ ବି ସରକାରୀ ଟଙ୍କାରେ ଏସଏଚଜି ମହିଳାଙ୍କୁ ଦୁବାଇ ପଠାଯାଉଛି ।  ସରକାର ଓ ଶାସକ କଳ ଦ୍ବାରା SHG ମହିଳାଙ୍କ ରାଜନୈତିକ ବ୍ୟବହାରକୁ ନେଇ ନିଆଁବାଣ ବିଜେପି  ୟୁନିଫର୍ମ ପିନ୍ଧି ଭୁବନେଶ୍ବର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଟର୍ମିନାଲରୁ ବାହାରୁଛନ୍ତି ଅନେକ ମହିଳା । ଦୁବାଇରୁ ଭୁବନେଶ୍ବର ଆସୁଥିବା ବିମାନ ପହଞ୍ଚିବା ପରେ ଏହା ହେଉଛି ଏସଏଚଜି ମହିଳାମାନଙ୍କର ବିମାନ ବନ୍ଦରରୁ ବାହାରୁଥିବା ଦୃଶ୍ୟ । ଏପଟେ ଦେଖନ୍ତୁ । ବିମାନ ବନ୍ଦର ବାହାରେ ରାଜ୍ୟ ସରକାରଙ୍କ ଟୁରିଜିମ୍ ଡେଭୋଲୋପମେଣ୍ଟ କର୍ପୋରେସନର ବସ୍ ଠିଆ ହୋଇଛି ସେମାନଙ୍କୁ ନେବା ପାଇଁ । 

 ଏସଏଚଜି ମହିଳାଙ୍କ ଦୁବାଇ ଏକ୍ସପୋଜର୍ ଟିମ୍ ରହି ଆସିଛି ସବୁବେଳେ ବିବାଦରେ । ବିଶେଷ କରି ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ପରେ ବି ସରକାରୀ ଯୋଜନାରେ ମହିଳାମାନେ ଦୁବାଇ ଯିବାକୁ ନେଇ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି ନିର୍ବାଚନରେ ମହିଳାମାନଙ୍କୁ ଦଳୀୟ କାମରେ ବ୍ୟବହାର ପାଇଁ ସରକାରୀ ଖର୍ଚ୍ଚରେ ଦୁବାଇ ପଠାଉଥିବା ବିଜେପି ପୂର୍ବରୁ ଅଭିଯୋଗ କରିଥିଲା । ଗତ ମାର୍ଚ୍ଚ 23 ତାରିଖରେ ସିଇଓଙ୍କୁ ଭେଟି ଅଭିଯୋଗ କରିଥିଲା ବିଜେପି ପ୍ରତିନିଧି ଦଳ । 

 SHG ମହିଳାଙ୍କୁ ରାଜନୈତିକ ବ୍ୟବହାର ଓଡ଼ିଶାରେ ସବୁବେଳେ ବିବାଦରେ ରହିଆସିଛି... ଓଡ଼ିଶାରେ ରୋଜଗାର ଦେବା ନୁହେଁ SHGଙ୍କୁ ସଙ୍ଗଠନ କରି ନିର୍ବାଚନରେ ବ୍ୟବହାର କରାଯାଉଥିବା ଯୋଗୁଁ ସରକାରୀ ଦଳ ସବୁବେଳେ କାଠଗଡ଼ାରେ ଛିଡ଼ା ହୋଇଛି ।ଏପରିକି ବିଭିନ୍ନ ନିର୍ବାଚନ ସମୟରେ ଏସଏଚଜି ମହିଳା ଶାସକ ଦଳ ପାଇଁ ଟଙ୍କା ବାଣ୍ଟୁଥିବାର ଭିଡିଓ ମଧ୍ୟ ବାରମ୍ବାର ଭାଇରାଲ ହୋଇଛି ।  ସରକାରୀ ଯୋଜନାରେ ଏମାନଙ୍କର ରୋଜଗାର ଚାଲିଛି । ଆଉ ଗ୍ରାଉଣ୍ଡଜିରୋରେ ସରକାରୀ ଦଳ ଯେଉଁ ସଶକ୍ତୀକରଣର ବାଜା ବଜାଉଛି ତାର ସତ ବି ଶୁଣି ନିଅନ୍ତୁ ।  ମୋଟାମୋଟି ମିଶନ ଶକ୍ତି ଆଳରେ ସରକାର ମହିଳା ଭୋଟବ୍ୟାଙ୍କ ହାତେଇବାର ପ୍ରୟାସ ଲଗାତାର ଭାବେ କରି ଆସୁଛନ୍ତି । ହେଲେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଏଭଳି କାର୍ଯ୍ୟ କଦାପି ଗ୍ରହଣ ଯୋଗ୍ୟ ନୁହେଁ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ