ଗଣେଶ ପୂଜାର ଭୁଲ୍ ଆଗକୁ ନ ଦୋହରାଇବାକୁ ଚେତାବନୀ
by Argus News
Sat, Sep 28 | 2:16 p.m.

ସମ୍ବଲପୁର: ମହାନଦୀରେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ସମ୍ବଲପୁର ମହାନଗର ନିଗମକୁ ତାଗିଦ । ଗଣେଶ ପୂଜାର ଭୁଲ୍ ପାର୍ବଣରେ ନହେବା ପାଇଁ ଚିଠି ଲେଖି ତାଗିଦ କରିଛି ପ୍ରଦୂଷଣ ବିଭାଗ । କୃତ୍ରିମ ପୋଖରୀ ନିର୍ମାଣ କରି  ପୂଜା କମିଟିଙ୍କୁ ସଚେତନ କର । ବର୍ଷ ତମାମ ସହର ବର୍ଜ୍ୟବସ୍ତୁ ମହାନଦୀରେ ପଡୁଛି, ହେଲେ କାହିଁକି ପାର୍ବଣ ପୁର୍ଵରୁ ମହାନଗର ନିଗମ ସତର୍କ ହୋଇପାରୁନି ତାହା ବଡ଼ ପ୍ରଶ୍ନ ।  ରାଜ୍ୟର ସବୁଠାରୁ ବଡ଼ ନଦୀ। ମହାନଦୀ। ସମ୍ବଲପୁରର ଲାଇଫ୍ ଲାଇନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ସମ୍ବଲପୁର ମହାନଗର ନିଗମର ଅବହେଳା ଯୋଗୁଁ ମହାନଦୀ ହେଉଛି ପ୍ରଦୂଷିତ। ଏଥର ଗଣେଶ ପୂଜା ପରେ ବିସର୍ଜନ ପାଇଁ ମହାନଗର ନିଗମ ପକ୍ଷରୁ କୃତ୍ରିମ ପୋଖରୀ ନିର୍ମାଣ କରାଗଲା ନାହିଁ କିମ୍ବା ପୂଜା କମିଟି ଗୁଡ଼ିକୁ ସର୍ତକ କରାଗଲା ନାହିଁ। ମହାନଦୀରେ କରାଗଲା ଗଣେଶ ମୂର୍ତ୍ତି ବିସର୍ଜନ। ଫଳରେ ମହାନଦୀର ଜଳଧାର ବହୁ ପରିମାଣରେ ପ୍ରଦୂଷିତ ହୋଇଛି । ଏଥିପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ସର୍ତକ କରାଇଛି । ଆଗକୁ ଦୁର୍ଗାପୁଜା ଥିବା ବେଳେ ଏଥିପାଇଁ ପୂଜା କମିଟି ଗୁଡ଼ିକୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 


 କେନ୍ଦ୍ରପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଅନୁସାରେ ମୂର୍ତ୍ତି ବିର୍ସଜନ ବେଳେ ଜଳ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୨୧ ଅନୁପାଳନ କରିବା ସ୍ଥାନୀୟ ପ୍ରଶାସନ କାମ । ଏଥର ମହାନଗର ନିଗମ ସହର ଦୁର୍ଗାପାଲିରେ ଗୋଟିଏ କୃତ୍ରିମ ପୋଖରୀ କରିଥିବା ବେଳେ ସେଠାରେ କମ୍ ସଂଖ୍ୟାରେ ମୂର୍ତ୍ତି ବିସର୍ଜନ କରାଯାଇଛି । ନିୟମ ଅନୁସାରେ ତିନିଟି ପର୍ଯ୍ୟାୟରେ ଉପର ମୁଣ୍ତ, ମୁର୍ତ୍ତି ବିର୍ସଜନ ସ୍ଥାନର ତଳମୁଣ୍ତ ଏବଂ କୃତ୍ରିମ ପୋଖରୀର ଜଳ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଏ । ଦୁର୍ଗାପୂଜା ପାଇଁ ଆସନ୍ତା ୩ ତାରିଖରେ ଜଳ ନମୁନା ସଂଗ୍ରହ କରାଯିବ । ତେବେ କେଉଁ ସ୍ଥାନରେ କୁତ୍ରିମ ପୋଖରୀ ହେବ, ମୂର୍ତ୍ତି ବିସର୍ଜନର ତାରିଖ  ସମ୍ପର୍କରେ ସୂଚନା ଦେବାକୁ  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମହାନଗର ନିଗମକୁ ଚିଠିରେ କହିଛି ।  ବର୍ଷ ତମାମ ସମ୍ବଲପୁର ସହରର ବର୍ଜ୍ୟବସ୍ତୁ ମହାନଦୀରେ ମିଶୁଥିବାରୁ ଜଳ "D" ଗ୍ରେଡରେ ରହିଛି । ଯାହାକି ପିଇବା ତ ଦୂରର କଥା ଗାଧୋଇବା ପାଇ କ୍ଷତି କାରକ ବୋଲି ପୁର୍ଵରୁ ଜଣାପଡିଛି ।  
 ଅଧିକ ପଢନ୍ତୁ ଓଡ଼ିଶା ଖବର 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ