ପ୍ରଥମେ ବାୟୁ, ଏବେ ପାଣି ; ଦୀପାବଳି ପରେ ଦିଲ୍ଲୀରେ ବଢିଛି ପ୍ରଦୂଷଣ
by Argus News
Wed, Nov 15 | 9:03 a.m.

ଅର୍ଗସ ବ୍ୟୁରୋ :  ପ୍ରଥମେ ବାୟୁ, ଆଉ ଏବେ ପାଣି । ବିଷ ବଳୟରେ ରହିଛି ଦେଶର ରାଜଧାନୀ । ବିଷାକ୍ତ ହୋଇଛି ପାଣି ପବନ । ବାରଣ ସତ୍ତ୍ବେ ଦୀପାବଳିରେ ବାଣ ଫୁଟାଇବା ପରେ ବାୟୁ ପ୍ରଦୂଷଣ ବଢ଼ିଥିଲା । ଏବେ ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ । ଏତେ ପରିମାଣରେ ଫେଣ ସୃଷ୍ଟି ହୋଇଛି ଯାହା ବଡ ବଡ ବରଫ ଖଣ୍ଡର ଭ୍ରମ ସୃଷ୍ଟି କରୁଛି । ପ୍ରତି ବର୍ଷ ଏହି ସମୟରେ ଯମୁନା ନଦୀରେ ଏଭଳି ଫେଣ ଦେଖା ଦେଇଥାଏ । ତେବେ ଛଟ ପୂଜା ପାଇଁ ବିଭିନ୍ନ ଘାଟରେ ବୁଡ଼ ପକାଇବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ବିଷାକ୍ତ ଫେଣ ଚିନ୍ତା ବଢ଼ାଇଛି । ବାଧ୍ୟ ହୋଇ ଦୁର୍ଗନ୍ଧ ଯୁକ୍ତ ବିଷାକ୍ତ ପାଣିରେ ପୂଜା କରୁଛନ୍ତି ଲୋକେ । ସ୍ବରେଜ୍‌ର ଆବର୍ଜନା ଯୁକ୍ତ ପାଣି ଓ କଳକାରଖାନାରୁ ଆସୁଥିବା ବର୍ଜ୍ୟବସ୍ତୁ ନଦୀରେ ମିଶୁଥିବାରୁ ଏହା ପ୍ରଦୂଷିତ ହେବା ସହ ଫେଣ ସୃଷ୍ଟି କରୁଛି ।

ଅଧିକ ପଢନ୍ତୁ : ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇବାରୁ ପୁଣି ଦିଲ୍ଲୀ ବାୟୁ ପ୍ରଦୂଷିତ

ଯମୁନାକୁ ସଫା କରିବାକୁ କେଜରିୱାଲ ସରକାର ବଡ଼ ବଡ଼ କଥା କହୁଥିବା ବେଳେ ଚଳିତ ବର୍ଷ ପୁଣି ଏଭଳି ଚିତ୍ର ଦିଲ୍ଲୀ ସରକାରଙ୍କ ମୁଖା ଖୋଲି ଦେଇଛି । ଯମୁନା ପାଇଁ ଦିଲ୍ଲୀ ସରକାର ଅତିରିକ୍ତ ବଜେଟ ବ୍ୟବସ୍ଥା କରିବା ସହ ପ୍ରଦୂଷଣ ରୋକିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଳ ବୋର୍ଡ ପକ୍ଷରୁ ଦାବି କରାଯାଇଥିଲା । କିନ୍ତୁ ପୁଣି ଏତେ ପରିମାଣରୁ ବିଷାକ୍ତ ଫେଣ ଫାସିବା ପରେ ଦିଲ୍ଲୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ୯ ବର୍ଷର ସରକାରରେ ପ୍ରଦୂଷଣରୁ ମୁକ୍ତି ପାଇଁ କୌଣସି କାର୍ଯ୍ୟ ହୋଇନଥିବା କହିଛନ୍ତି ବିଜେପି ସାଂସଦ ଗୌତ୍ତମ ଗମ୍ଭୀର ।

ଭାରତ ଖବର ଆହୁରି ପଢନ୍ତୁ

ଭୃଷଙ୍ଗ ପତ୍ର
8m ago
ଔଷଧୀୟ ଗୁଣରେ ଭରପୂର ଭୃଷଙ୍ଗ ପତ୍ର
ଅର୍ଗସ ବ୍ୟୁରୋ: ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ ଔଷଧୀୟ ଗୁଣରେ ଭରପୂର ଭୃଷଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର ହୁଏ, ତେବେ ଆପଣ ଏହି ଭୁଲ ଧାରଣାକୁ ହଟାଇବା ଉଚିତ୍ ଭୃଷଙ୍
ଆଦିବାସୀ
13m ago
ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦନନୀୟ ସ୍ଥିତି
ନୟାଗଡ: ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦନନୀୟ ସ୍ଥିତି । ଜିଲ୍ଲାର ୧୬୭୨ଟି ଆଦିବାସୀ ଗାଁରେ ଏଯାଏଁ ପହଂଚିନି ମୈଳିକ ସୁବିଧା । ସ୍ୱାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେବି କେଉଁଠ
ଭାଙ୍ଗିଲା ଦଶହରା ତୋରଣ
15m ago
ସାମାନ୍ୟ ପବନରେ ଭାଙ୍ଗିଲା ଦଶହରା ତୋରଣ
କଟକ: ସାମାନ୍ୟ ପବନରେ ଭାଙ୍ଗିଲା ଦଶହରା ପାଇଁ ବନ୍ଧା ଯାଇଥିବା ବାଉଁଶ ଗେଟ୍ । ଗେଟ୍ ତଳେ ଚାପି ହୋଇ ରହିଛି 5ଟି ବାଇକ୍, ଗୋଟିଏ କାର ଓ ଟାଟା ଏସି । କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛ