ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦୟନୀୟ ସ୍ଥିତି 
by Argus News
Fri, Oct 18 | 5:39 p.m.

ନୟାଗଡ: ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦୟନୀୟ ସ୍ଥିତି । ଜିଲ୍ଲାର ୧୬୭୨ଟି ଆଦିବାସୀ ଗାଁରେ ଏଯାଏଁ ପହଂଚିନି ମୈଳିକ ସୁବିଧା । ସ୍ୱାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେବି କେଉଁଠି ଗମନାଗମନ ପାଇଁ ରାସ୍ତା ନାହିଁ ତ କେଉଁଠି ଏ ଯାଏଁ ପହଂଚି ପାରିନି ବିଜୁଳି ଆଲୁଅ l ଶିକ୍ଷା, ସ୍ୱାସ୍ଥ୍ୟ, ମୋବାଇଲ ସେବା ଆଜିବି ଅପହଞ୍ଚ ହୋଇରହିଛି ଜିଲ୍ଲାର ଏହି ଆଦିବାସୀ ଗାଁ ମାନଙ୍କରେ l  ବିକାଶର ପାଦ ନୟାଗଡ଼ ଜିଲ୍ଲାର ୧୬୭୨ଟି ଗାଁରେ ପଡିନି l

କେଉଁଠି ଗମନାଗମନ ପାଇଁ ରାସ୍ତା ନାହିଁ ତ କେଉଁଠି ଏଯାଏଁ ପହଞ୍ଚି ପାରିନି ବିଜୁଳି l ଶିକ୍ଷା, ସ୍ବାସ୍ଥ୍ୟ, ପିଇବା ପାଣି ଓ ମୋବାଇଲ ସେବା ଆଜିବି ଅପହଞ୍ଚ ହୋଇ ରହିଛି ଜିଲ୍ଲାର ୧୬୭୨ଟି ଆଦିବାସୀ ଗାଁରେ l ୨୪ ବର୍ଷର ବିଜେଡି ସରକାରର ଅପାରଗତା ପାଇଁ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଜିଲ୍ଲାର ହଜାର ହଜାର ଆଦିବାସୀ ପରିବାର। ଜିଲ୍ଲାର ୨୨୯ଟି ଗାଁରେ ଏଯାଏଁ ବିଜୁଳି ଆଲୁଅ ପହଞ୍ଚିନଥିବା ବେଳେ  ୧୦୯ଟି ଗାଁରେ ରାସ୍ତା ଓ ୨୪୭ଟି ଗାଁରେ ନାହିଁ ମୋବାଇଲ ଟାଓ୍ବାର। ଜିଲ୍ଲାର ମୋଟ ୮ଟି ବ୍ଲକ ମଧ୍ୟରୁ ଆଦିବାସୀ ବହୁଳ ଦଶପଲ୍ଲା, ଗଣିଆ, ନୂଆଗାଁ, ରଣପୁର ଓ ଭାପୁର ବ୍ଲକରେ ସର୍ବାଧିକ ଆଦିବାସୀ ଗାଁରେ ମୌଳିକ ସୁବିଧା ଅପହଞ୍ଚ। ଗଣିଆ ଓ ଦଶପଲ୍ଲା ବ୍ଲକର ପାଖାପାଖି 800 ଗାଁରେ ଲୋକ ଯାତାୟାତ ପାଇଁ ଖୁବ ଅସୁବିଧା ଭୋଗୁଥିବା ବେଳେ ଜିଲ୍ଲାର ସମସ୍ତ ୮ ଟି ବ୍ଲକରେ ଅଧିକାଂଶ ଆଦିବାସୀ ଗାଁରେ ମୋବାଇଲ ନେଟୱାର୍କ ନାହିଁ। 

ଅଧିକ ପଢନ୍ତୁ ଓଡିଶା ଖବର 
 

ଅବଢା
7m ago
ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ
ଅର୍ଗସ ବ୍ୟୁରୋ: କାର୍ତ୍ତିକ ଆରମ୍ଭରୁ ମହାପ୍ରସାଦ ଦର ବେଲଗାମ। ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଯୋଗୁଁ ଭକ୍ତ ହେଉଛନ୍ତି ନିରାଶ। ଭୋଗରେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ଶ୍ରୀମନ୍ଦି
PCC PRESIDENT
14m ago
ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ
ଅର୍ଗସ ବ୍ୟୁରୋ: ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର 87 ଦିନ ପରେ ଏଆଇ ସିସି ର ଚେତା ପଶିଛି । ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଙ୍କୁ ରାଜ୍ୟ କଂଗ୍ରେସ ସଂଗଠ
OSSSC
26m ago
OSSSC ନିଯୁକ୍ତି ପରୀକ୍ଷା ବିବାଦର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ନିଯୁକ୍ତି ପରୀକ୍ଷା ବିବାଦର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଏକ ପ୍ରେସ ବିଜ୍ଞପ୍ତିର