ସାମାନ୍ୟ ପବନରେ ଭାଙ୍ଗିଲା ଦଶହରା ତୋରଣ
by Argus News
Fri, Oct 18 | 5:36 p.m.

କଟକ: ସାମାନ୍ୟ ପବନରେ ଭାଙ୍ଗିଲା ଦଶହରା ପାଇଁ ବନ୍ଧା ଯାଇଥିବା ବାଉଁଶ ଗେଟ୍ । ଗେଟ୍ ତଳେ ଚାପି ହୋଇ ରହିଛି 5ଟି ବାଇକ୍, ଗୋଟିଏ କାର ଓ ଟାଟା ଏସି । କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି । କଟକ ଖାନାଗର ନେତାଜୀ ବସଟର୍ମିନାଲ ନିକଟରେ ଘଟିଛି ଏହି ଅଘଟଣ ।

ଦଶହରାରେ ତ୍ୱରଣ ନିର୍ମାଣ କୁ ନେଇ ହାଇକୋର୍ଟ କଡା ତାଗିଦ କରିଥିଲେ। ତୋରଣ ନିର୍ମାଣ ସମୟରେ ଯେପରି ଲୋକଙ୍କ ଧନଜୀବନ କ୍ଷତି ନ ହେବ ଏହାସହ ଟ୍ରାଫିକ ସମସ୍ୟା ନ ଉପୁଯିବ ସେଥିପ୍ରତି ବିଶେଷଭାବେ ଧ୍ୟାନ ଦେବାପାଇଁ କହିଥିଲେ କୋର୍ଟ। ହେଲେ ଆଜି ସମୟ ପାଖାପାଖି ୨ ଟା ହଠାତ୍ ଗଳି ପଡ଼ିଥିଲା ଏହି ତୋରଣ। ନେତାଜୀ ସୁଭାଷ ବସ ଟର୍ମିନାଲ ସମ୍ମୁଖରେ ଖାନନଗର ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଇଥିବା ଇଲେକ୍ଟ୍ରିକ ତୋରଣ ଭାଙ୍ଗିଯାଇ ରାସ୍ତା ଉପରେ ପଡ଼ିଯାଇଥିଲା। 

ସୌଭାଗ୍ୟ ବସତଃ ରାସ୍ତା ଉପରେ କେହି ଯାଉନଥିବାବେଳେ ପାର୍କିଂ ହୋଇଥିବା ଗୋଟିଏ କାର,‌ଦୁଇଟି ଅଟୋ, ତିନୋଟି ବାଇକ ଭାଙ୍ଗି ଯାଇଛି । ତୋରଣଟି ରାସ୍ତା ଉପରେ ପଡ଼ିଯାଇଥିବାରୁ ଦିର୍ଘ ସମୟ ଧରି ଶହ ଶହ ଗାଡି ଅଟକିରହିଥିଲା । ଏମିତିକି ଆମ୍ବୁଲାନ୍ସ ମଧ୍ୟ ଫଶିରହିଥିଲା । ପୂଜା କମିଟିର ସଦସ୍ୟ ସହ ପୋଲିସ କର୍ମଚାରୀ ରାସ୍ତାକୁ ଦୀର୍ଘ ସମୟ ଧରି ରାସ୍ତା କ୍ଲିୟର କରାଇଥିଲେ ।
 

ଆହୁରି ପଢନ୍ତୁ ଓଡିଶା ଖବର...

ଅବଢା
6m ago
ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ
ଅର୍ଗସ ବ୍ୟୁରୋ: କାର୍ତ୍ତିକ ଆରମ୍ଭରୁ ମହାପ୍ରସାଦ ଦର ବେଲଗାମ। ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଯୋଗୁଁ ଭକ୍ତ ହେଉଛନ୍ତି ନିରାଶ। ଭୋଗରେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ଶ୍ରୀମନ୍ଦି
PCC PRESIDENT
13m ago
ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ
ଅର୍ଗସ ବ୍ୟୁରୋ: ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର 87 ଦିନ ପରେ ଏଆଇ ସିସି ର ଚେତା ପଶିଛି । ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଙ୍କୁ ରାଜ୍ୟ କଂଗ୍ରେସ ସଂଗଠ
OSSSC
26m ago
OSSSC ନିଯୁକ୍ତି ପରୀକ୍ଷା ବିବାଦର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ନିଯୁକ୍ତି ପରୀକ୍ଷା ବିବାଦର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଏକ ପ୍ରେସ ବିଜ୍ଞପ୍ତିର