ବିଜେପି- ବିଜେଡି ଲଢେଇରେ ବିଜେଡି ପଛରେ, ବିଜେପି ଆଗରେ
by Argus News
Thu, Feb 08 | 7:29 p.m.

ଭୁବନେଶ୍ୱର:  ହ୍ରାସ ପାଉଛି ଓଡ଼ିଶାରେ ନବୀନ ସରକାରର ଲୋକପ୍ରିୟତା। ଟାଇମ୍ସ ନାଓ  ଜନମତ ସର୍ଭେରେ ସାମ୍ନାକୁ ଆସିଥିବା ବଡ଼ ତଥ୍ୟ ଦେଖିଲେ ବିଜେପି 11 ଓ ବିଜେଡି 9 ଟି ଆସନ ଦଖଲ କରିବ। କଂଗ୍ରେସକୁ 9.6 ପ୍ରତିଶତ ଭୋଟ ସହ ଗୋଟିଏ ଆସନ ମିଳିବ। ତେବେ 2014ରେ ସମାନ 44.8 ପ୍ରତିଶତ ଭୋଟ ପାଇ 20 ଆସନ ଦଖଲ କରିଥିଲା ବିଜେଡ଼ି ସର୍ଭେ ଅନୁସାରେ ନବୀନ ସରକାରର ପ୍ରଦର୍ଶନରେ 43 ପ୍ରତିଶତ ଭୋଟର ଅସନ୍ତୁଷ୍ଟ। 24% ଭୋଟର ଖୁବ୍ ସନ୍ତୁଷ୍ଟ,31% ଭୋଟର ସାମାନ୍ୟ ସନ୍ତୁଷ୍ଟ । 


୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ୧୨ଟି ଆସନ ସହ 42.76 ପ୍ରତିଶତ ଭୋଟ ପାଇଥିଲା ବିଜେଡି। ବିଜେପି 8 ଟି ଆସନ କବଜା କରିଥିବା ବେଳେ ଦଳର ଭୋଟ ହାର ଥିଲା 38.37... କଂଗ୍ରେସ 14.73 ପ୍ରତିଶତ ଭୋଟ ସହ ଗୋଟିଏ ଆସନ ଜିତିଥିଲା। ଏଥର ଟାଇମ୍ସ ନାଓ ସର୍ଭେରେ କଂଗ୍ରେସର ଭୋଟ ହାର ପାଖାପାଖି 5 ପ୍ରତିଶତ କମୁଥିବା ବେଳେ ବିଜେଡିର 2 ପ୍ରତିଶତ କମୁଛି। ତେବେ ଏ ସର୍ଭେ ରିପୋର୍ଟକୁ ନେଇ ଶୁଣନ୍ତୁ ରାଜନୈତିକ ସମୀକ୍ଷକଙ୍କ ପ୍ରତିକ୍ରିୟା।  ସବୁଠୁ ଅଧିକ ଆସନ ଥିବା ଉତ୍ତର ପ୍ରଦେଶରେ 80ରୁ ବିଜେପିକୁ 77 ଆସନ ମିଳିଥିବା ଆକଳନ କରିଛି ଟାଇମସ ନାଓ। ପୁରା ଦେଶରେ ଏନଡିଏ ମେଣ୍ଟକୁ 366 ଆସନ ମିଳୁଥିବା ବେଳେ ଭୋଟ ହାର ରହିବ 41.8 ପ୍ରତିଶତ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ