ରେକର୍ଡ ଭାଙ୍ଗୁଛି କଲ୍‌କୀ, ବିଶ୍ଵବ୍ୟାପୀ ୯୦୦ କୋଟି ରୋଜଗାର
by Argus News
Mon, Jul 08 | 9:19 p.m.

ଅର୍ଗସ ବ୍ୟୁରୋ:  ଆମିର ଖାନଙ୍କ ଫିଲ୍ମକୁ ପଛରେ ପକାଇଲା ପ୍ରଭାସଙ୍କ ଏହି ଫିଲ୍ମ। ଯାହାକୁ ଦେଖିବା ପାଇଁ ଲୋକଭ୍କ ମଧ୍ୟରେ ପ୍ରବଳ ଉତ୍ସାହ। କଲ୍‌କୀ 2898 AD  କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ମନକୁ ମୋହିଛି । ବର୍ତ୍ତମାନ ଫିଲ୍ମ ବିଶ୍ଵବ୍ୟାପୀ ୯୦୦ କୋଟି କ୍ଲବର ଅଂଶଗ୍ରହଣ କରିଛି । କଲ୍‌କୀ 2898 AD ଏପର୍ଯ୍ୟନ୍ତ ୱାର୍ଲଡୱାଇଡ କଲେକ୍ସନରେ ବାହୁବଲୀ, ସଲାର ଏବଂ ଗଦର ୨ ବଳି ଫିଲ୍ମର ରେକର୍ଡ ଭାଙ୍ଗିସାରିବା ପରେ ବର୍ତ୍ତମାନ ଆମିର ଖାନଙ୍କ ବ୍ଲକବଷ୍ଟର ଫିଲ୍ମର ରେକର୍ଡକୁ ଭାଙ୍ଗିଛନ୍ତି । ଦଶ ବର୍ଷ ପୂର୍ବରୁ ୨୦୧୪ରେ ଆସିଥିବା ଆମିର ଖାନଙ୍କ ଫିଲ୍ମ ପିକେ ଅଲ ଟାଇମ ବ୍ଲକବଷ୍ଟର ଫିଲ୍ମ ରହିଛି । ପିକେ ବକ୍ସ ଅଫିସରେ ୭୯୨ କୋଟି ଟଙ୍କାର ଦମଦାର କଲେକ୍ସନ କରିଥିଲା ।

ସେହିପରି କଲ୍‌କୀ 2898 AD୯୦୦ କୋଟି ଟଙ୍କା ରୋଜଗାର କରି ପିକେକୁ ପଛରେ ପକାଇଛି । କଲ୍ଲୀ ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଛି । ଏହି କାରଣରୁ ରିଲିଜର ୧୨ ଦିନ ପରେ ବି କଲ୍‌କୀ 2898 AD ର ବକ୍ସ ଅଫିସରେ ଦମଦାର କଲେକ୍ସନ ଜାରି ରହିଛି । ବର୍ତ୍ତମାନ ୧୧ ଦିନରେ ଫିଲ୍ମ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୯୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଛି । ଏହି ସୂଚନା ନିଜେ ଫିଲ୍ମର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

 

ବେଆଇନ୍ ମେଡିସିନ୍
45m ago
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ