8 ଘଣ୍ଟା ଜେରା ପରେ ଇଡି ଅଫିସରୁ ବାହାରିଲେ ପ୍ରଫୁଲ ସାମଲ 
by Argus News
Wed, Feb 28 | 8:48 p.m.

 ଭୁବନେଶ୍ୱର:  ପ୍ରଫୁଲ ସାମଲଙ୍କୁ ଇଡିର ମାରାଥନ ଜେରା । 8 ଘଣ୍ଟା ଜେରା ପରେ ଇଡି ଅଫିସରୁ ବାହାରିଛନ୍ତି ପ୍ରଫୁଲ ସାମଲ । ପ୍ରତିକ୍ରିୟାରେ କହିଛନ୍ତି , ଇଡି ଯାହା ପ୍ରଶ୍ନ କରିଛି ମୁଁ ସେୟା ଉତ୍ତର ରଖିଛି । ସେପଟେ କିନ୍ତୁ ବରପଦା ଇଞ୍ଜିନିୟରି କଲେଜରେ ଦୁର୍ନୀତି ହୋଇଛି ନା ନାହିଁ ପ୍ରଶ୍ନକୁ ଏଡାଇଗଲେ ପ୍ରଫୁଲ୍ଲ ସାମଲ। ଏହି ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଧାୟକ ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା।

ଏହାକୁ ନେଇ ସେ ଆଜି ଇଡିରେ ହାଜର ହୋଇଥିଲେ। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଚଢ଼ଉ କରିଥିଲା। ଭୁବନେଶ୍ୱର ଓ ଭଦ୍ରକର ଏକାଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଚଢ଼ଉ କରିଥିଲେ। ଏହି ସମୟରେ ଇଡି ଗୋଟିଏ କାର ସହ ୯ଲକ୍ଷ ଟଙ୍କା ଜବତ କରିଥିଲା। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ