ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଆଲର୍ଟ
by Argus News
Sat, May 25 | 6:49 p.m.

ଭୁବନେଶ୍ୱର: ଭୀଷଣ  ଅବପାତରେ ପରିଣତ ହେଲା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଆଜି ନେବ ବାତ୍ୟାର ରୂପ।.କାଲି ସଂଧ୍ୟା ସୁଦ୍ଧା ହେବ ଭୀଷଣ ବାତ୍ୟା। ବାଂଲାଦେଶ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ହୋଇପାରେ ଲ୍ୟାଣ୍ଡଫଲ୍। ଓଡ଼ିଶା ଉପରେ ପଡ଼ିବନି ବାତ୍ୟାର ସିଧାସଳଖ ପ୍ରଭାବ।.4ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା।  ଅବପାତ ଟି ଭୀଷଣ  ବାତ୍ୟାରେ ପରିଣତ  ହେବା  ପରେ  ପବନର ବେଗ  ୧୧୦ ରୁ ୧୨୦ ଘଂଟାପ୍ରତି  ରହିବ । ଏହାସହ  ୧୩୫ କିମି ର  ଝଟକା  ପବନ  ବି ବହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ  ସମୁଦ୍ର ଅଶାନ୍ତ ରହିବ।

ତେଣୁ  ୨୭ ତାରିଖ  ପର୍ଯ୍ୟନ୍ତ  ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି  ପାଣିପାଗ  ବିଭାଗ । ସମସ୍ତ ୪ ଟି ଯାକ ବନ୍ଦର ଗୁଡ଼ିକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି। ସାମ୍ଭାବ୍ୟ ଭୀଷଣ ବାତ୍ୟା ର ପ୍ରଭାବ ଓଡ଼ିଶାରେ ସିଧା ସଳଖ ନାହିଁ। ହେଲେ କିଛି ସ୍ଥାନରେ  ବର୍ଷର  ରହିବ ପ୍ରଭାବ। ଏହାର ପ୍ରଭାବ ରେ  ଆଗାମୀ ୪୮ ଘଂଟାରେ ରାଜ୍ୟର ବିଭିନ୍ନ  ସ୍ଥାନରେ ହାଲୁକରୁ  ମଧ୍ୟମ  ବର୍ଷା  ଦେଖିବାକୁ ମିଳିବ। ବିଶେଷ କରି  ଦକ୍ଷିଣ  ଉପକୂଳ  ଓଡ଼ିଶାରେ  ବର୍ଷା  ରହିବ। ଗୋଟିଏ  କିମ୍ବା  ଦୁଇଟି ସ୍ଥାନରେ  ପ୍ରବଳ  ବର୍ଷା ର ସମ୍ଭାବନା ରହିଛି। ଜଗତସିଂହପୁର , କେନ୍ଦ୍ରାପଡ଼ା ,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା  ରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ସେହିପରି  ଉତ୍ତର ଓଡ଼ିଶା ର କିଛି ପକେଟ୍ ରେ ବର୍ଷା ରହିବ। ବିଶେଷ କରି ବାଲେଶ୍ୱର  ଭଦ୍ରକ ଓ ମୟୁରଭଞ୍ଜରେ ରେ ପ୍ରବଳରୁ  ଅତି ପ୍ରବଳ ବର୍ଷା ର  ସମ୍ଭାବନା ରହିଛି।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାଜଧାନୀରେ କୋଷ୍ଟଗାର୍ଡ
now
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
29m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା