ଏଥର ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି...
by Argus News
Sat, Oct 05 | 6:43 p.m.

ପୁରୀ: ଆସନ୍ତା 18 ତାରିଖରୁ ଆରମ୍ଭ ହେବ ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ । ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା 6 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଯୋଗେ ପଞ୍ଜିକରଣ କରାଯିବ । ଶାରିରୀକ ଓ ମାନସିକ ସୁସ୍ଥ ମା'ମାନଙ୍କୁ ହବିଷ୍ୟାଳି ଶିବିରରେ ରଖାଯିବ । ଏଥର ନୂତନ ଭାବେ ପଞ୍ଜିକରଣ କରୁଥିବା ହବିଷ୍ୟାଳିଙ୍କୁ ଦିଆଯିବ ପ୍ରାଥମିକତା । ଚଳିତ ବର୍ଷ 2500 ମା ମାନଙ୍କୁ ହବିଷ୍ୟାଳି ଯୋଜନାରେ ଅର୍ନଭୂକ୍ତ କରାଯାଇଛି।ବୃନ୍ଦାବତୀ ନିବାସ ସହ 4ଟି ହବିଷ୍ୟାଳି ଶିବିରରେ ରହିବେ ମା'ମାନେ ।

୧୧ ତାରିଖ ସୁଦ୍ଧା edistrict.odisha.gov.in portal ମାଧ୍ୟମରେ ନିର୍ଦ୍ଧିଷ୍ଟ ଫର୍ମ ମାଧ୍ୟମରେ ଅନଲାଇନ ଯୋଗ ପଞ୍ଜିକରଣ କରିବେ । ଅନଲାଇନ ଯୋଗ ପଞ୍ଜିକରଣ କରିଥିବା ହବିଷ୍ୟାଳୀଙ୍କ ଯାଞ୍ଚ ପରେ ଜିଲ୍ଲା ୱାରୀ ଯୋଗ୍ୟ ହବିଷ୍ୟାଳୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ନିକଟକୁ ସ୍ୱୀକୃତି ପଠାଯିବ ।୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରରେ ହବିଷ୍ୟାଳୀ ମା'ମାନେ ରହିବାର ସୁଯୋଗ ପାଇବେ । ଯୋଜନା ନେଇ ରାଜ୍ୟ ସରକାର ଓ ସଂସ୍କୃତି ବିଭାଗ ପକ୍ଷର ଅନୁମୋଦନ ମିଳି ସାରିଛି।

ଏଥିସହ ବଜେଟ୍ ମଧ୍ୟ ପ୍ରସ୍ତୁତ ହୋଇଛି । ସମସ୍ତ ବିଭାଗ ସହିତ ଏନେଇ ଆଲେଚନା କରାଯାଇଛି । ହବିଷ୍ୟାଳୀ ଯୋଜନାରେ ମାଙ୍କ ରହଣୀ, ସେମାନଙ୍କ ପୂଜାର୍ଚ୍ଚନା, କାର୍ତ୍ତିକ ବ୍ରତ ପାଳନ ,ତୀର୍ଥ ପୁଷ୍କରିଣୀରେ ସ୍ନାନ ,ମହାପ୍ରଭୁଙ୍କ ଦର୍ଶନ ,ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯିବ । ମହଧାର୍ମିକ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ସମ୍ଭାବନା ଥିବାରୁ ଶ୍ରୀମନ୍ଦିରର ଭିଡ ନିୟନ୍ତ୍ରଣ ତଥା ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ହବିଷ୍ୟାଳୀଙ୍କୁ ମହାପ୍ରସାଦ ଯୋଗାଇବା ପାଇଁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ 2500 ଜଣ ହବିଷ୍ୟାଳୀ ବ୍ରତଧାରୀ ମା'ମାନଙ୍କୁ ମହାପ୍ରସାଦ ଯୋଗାଇବାକୁ ସୁଆର ମହାସୁଆର ନିଯୋଗ ପ୍ରସ୍ତୁତ ଥିବା ନିଯୋଗର ସମ୍ପାଦକ କହିଛନ୍ତି ।
 

ହରିୟାଣା ନିର୍ବାଚନ
20m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
30m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
59m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ