ମା' କୀଚକେଶ୍ଵରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମହାମହିମ
by Argus News
Wed, Feb 28 | 3:24 p.m.

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି । ମୟୂରଭଞ୍ଜ, କେନ୍ଦୁଝର, କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ପ୍ରଥମେ ଖିଚିଂ ସ୍ଥିତ ମା' କୀଚକେଶ୍ଵରୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମହାମହିମ ।

ମନ୍ଦିର କମିଟି ପକ୍ଷରୁ ୨୦୨୩ ମସିହା ଡିସେମ୍ବର ୨୮ ତାରିଖରେ ଇ-ମେଲ ଯୋଗେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିଲା । ଅନୁରୋଧ ରଖିଥିବାରୁ ରାଷ୍ଟ୍ରପତିଙ୍କ ଆଗମନକୁ ଅତ୍ୟନ୍ତ ଉତ୍ସାହ ସହକାରେ ଅପେକ୍ଷାରେ ରହିଛନ୍ତି ଅଞ୍ଚଳବାସୀ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୦ଜଣ ପୋଲିସ ଅଧିକାରୀ ସମେତ ୨୩ପ୍ଲାଟୁନ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । ମା' କିଚକେଶ୍ବରୀଙ୍କ ଦର୍ଶନ ପରେ ଅପରାହ୍ନ ୪.୩୦ ମିନିଟରେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ହେଲିପ୍ୟାଡରେ ଅବତରଣ କରିବେ ମହାମହିମ ।  ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ହେବାକୁ ଥିବା "ହଲି ଡେ ହୋମ"ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମହାମହିମ । ଆସନ୍ତାକାଲି ରାଷ୍ଟ୍ରପତିଙ୍କ କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ