ଦରବାର ହଲ୍‌ ଏବେ ‘ଗଣତନ୍ତ୍ର ମଣ୍ଡପ’ 
by Argus News
Thu, Jul 25 | 4:28 p.m.

ଅର୍ଗସ ବ୍ୟୁରୋ: ବଦଳିଲା ରାଷ୍ଟ୍ରପତି ଭବନ ହଲ୍‌ ନାଁ । ରାଷ୍ଟ୍ରପତି ଭବନର ଦୁଇ ସମ୍ମିଳନୀ କକ୍ଷ ନାଁ ପରିବର୍ତ୍ତନ ହୋଇଛି । ଦରବାର ହଲ୍‌ ନାଁ ବଦଳ ହୋଇ ରହିଲା ‘ଗଣତନ୍ତ୍ର ମଣ୍ଡପ’ । ସେହିପରି ଅଶୋକ ହଲ୍‌ ନାମ ପରିବର୍ତ୍ତନ ହୋଇ ରହିଛି ଅଶୋକ ମଣ୍ଡପ । ତେବେ ପୂର୍ବରୁ ମୋଗଲ ଗାର୍ଡେନ ନାମ ବଦଳାଯାଇ ଅମୃତ ଉଦ୍ୟାନ ରଖାଯାଇଥିଲା । 

ଅନ୍ୟପଟେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରିଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଗହଣରେ ସମୟ ବିତାଇଛନ୍ତି ରାଷ୍ଟ୍ରପତି । ଦିଲ୍ଲୀର ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ପୂରିଲା 2 ବର୍ଷ

9 ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଜଳବାୟୁ ପରିବର୍ତ୍ତନକୁ ନେଇ ବୁଝାଇଛନ୍ତି । ଜଳ ସଂରକ୍ଷଣ ଓ ବୃକ୍ଷରୋପଣ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେଥିପାଇଁ ଆମକୁ ଗଛ ଲଗାଇବା ଉଚିତ୍ । ଜଳ ଅପଚୟକୁ ହ୍ରାସ କରିବା ଏବଂ ବର୍ଷା ଜଳ ଅମଳ ମାଧ୍ୟମରେ ଏହାକୁ ସଂରକ୍ଷଣ କରିବା ପାଇଁ ମଧ୍ୟ ପଦକ୍ଷେପ ନେବା ଉଚିତ୍ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ରାଷ୍ଟ୍ରପତି । 


 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା