ବୋଇତ ବନ୍ଦାଣ ଉତ୍ସବ: ମୁଁ ଅନେକଥର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇଛି: ରାଷ୍ଟ୍ରପତି
by Argus News
Mon, Nov 27 | 1:50 p.m.

ଅର୍ଗସ ବ୍ୟୁରୋ:   ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ପତାକା ଦେଖାଇ ସୁସଜ୍ଜିତ ବୋଇତର ଶୁଭାରମ୍ଭ କରିଛନ୍ତି । ଏହାପରେ ବୋର୍ଟରେ ଜଳଯାତ୍ରା କରିଥିଲେ ମହାମହିମ । ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ  ସାମିଲ୍ ଥିଲେ ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଏହି ଅବସରରେ ନିଜର ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସେ କହିଥିଲେ ଯେ, ମୁଁ ଜାଣିବାକୁ ପାଇଲି ବାଲିଯାତ୍ରାର ଐତିହାସିକ ସ୍ମୃତିକୁ ଉଜିବିତ ରଖି ବନ୍ଦର କର୍ତ୍ତୃପକ୍ଷ ପ୍ରତିବର୍ଷ ଜାଭା, ସୁମାତ୍ରା , ବାଲି ଆଦି ବିପୁଳ ବିମୁଖେ ସାଧବମାନଙ୍କର ପ୍ରତିକାତ୍ମକ ନୌଯାତ୍ରା ଆୟୋଜନ କରିଆସୁଛନ୍ତି। ଆଜି ଏହି ପ୍ରତିକାତ୍ମକ ଯାତ୍ରାର ଶୁଭାରମ୍ଭ କରି ମୁଁ ବେଶ ଖୁସି। ବିଶେଷ କରି ସାଧବ ବେଶରେ ବନ୍ଦରକୁ କର୍ମଚାରୀମାନଙ୍କୁ ଏବଂ ସାଧବାଣୀ ବେଶରେ ଛାତ୍ରଛାତ୍ରୀମାନଙ୍କୁ ଦେଖି ଅତିତମନସ୍କ ହୋଇପଡିଲି। ଆଜି ସାରା ଓଡିଶାର ପୁରପଲ୍ଲୀରେ ନଦୀ, ପୋଖରୀ ଏବଂ ସମୁଦ୍ରରେ ଆମ ପ୍ରିୟ ଭାଇଭଉଣୀମାନେ ଡଙ୍ଗା ଭସାଇସାରିଥିବେ ସକାଳୁ ଉଠି।

ଭାରତର ବିଭିନ୍ନ ଅଞ୍ଚଳରେ ଦେଶରେ ରହୁଥିବା ଓଡିଆ ଭାଇଭଉଣୀମାନେ ଡଙ୍ଗା ଭସା ପର୍ବରେ ସାମିଲ ହୋଇସାରିଥିବେ। ମୁଁ ଅନେକ ଥର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସକାଳୁ ସକାଳୁ ଡଙ୍ଗା ଭସାଇ ସାରିଛି। ଆଜି ଏଠାରେ ସେସବୁ ମୋର ମନେ ପଡିଯାଉଛି। ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ବୋଲି ସମସ୍ତେ ଜାଣନ୍ତି। ଏକ ଗୌରବମୟ ଅତୀତର ସ୍ମୃତିରେ ପାଳନ କରାଯାଉଥିବା ବାଲିଯାତ୍ରା ଏକ ନିଆରା ପର୍ବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାଜଧାନୀରେ କୋଷ୍ଟଗାର୍ଡ
now
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
29m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା