ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
by Argus News
Sun, Sep 15 | 7:17 p.m.

ଅର୍ଗସ ବ୍ୟୁରୋ:  ଆସନ୍ତା 17ରେ ଓଡିଶା ଗସ୍ତରେ ଆସୁଛନ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଜନ୍ମ ଦିନରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମରେ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା।  ଯାହାକୁ ନେଇ ଖୁବ୍ ଉତ୍ସାହିତ ମହିଳା । ଏହା ସହ ଦେଶର 10 ଲକ୍ଷ ଆବାସ ହିତାଧିକାରୀଙ୍କୁ ମଧ୍ୟ ପ୍ରଥମ କିସ୍ତି ଟଙ୍କା ଦେବେ ମୋଦି। ଆବାସ ପ୍ଲସ 2024 ଆପ ର ମଧ୍ୟ ଉନ୍ମୋଚନ କରିବେ। ତେଣୁ ଦଳୀୟ କର୍ମୀଙ୍କ ମଧ୍ୟରେ ଜବରଦସ୍ତ ଯୋଶ୍ ସହ ମୋଦିଙ୍କ ସ୍ବାଗତ ନିମନ୍ତେ ଆରମ୍ଭ ହୋଇଛି ପ୍ରସ୍ତୁତି। ନେତାଙ୍କ ଠୁ ଆରମ୍ଭ କରି ପୋଲିସ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତିର କରିଛନ୍ତି ସମୀକ୍ଷା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜେ କାର୍ଯ୍ୟକ୍ରମସ୍ଥଳୀକୁ ଯାଇ ତଦାରଖ କରିଛନ୍ତି ।

ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ବ୍ଲୁ ବୁକ ସିକ୍ୟୁରୁଟି ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଏୟାରପୋର୍ଟରୁ ଜନତା ମୈଦାନ ପର୍ଯ୍ୟନ୍ତ କେଉଁ ଅଧିକାରୀ କେଉଁ ଦାୟିତ୍ୱରେ ରହିବେ ତାକୁ ନେଇ ଆଲୋଚନା ହୋଇଛି । 11 ଜଣ ଡିସିପି ରେଙ୍କର ଅଧିକାରୀ , 22 ଜଣ ଅତିରିକ୍ତ ଡିସିପି, 66 ଜଣ ଏସିପି, 100 ଜଣ ଆଇଆଇସି, 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ । ଲକ୍ଷାଧିକ ମହିଳାଙ୍କ ସମାଗମ ହେବାର କାର୍ଯ୍ୟକ୍ରମ ଥିବାରୁ ବ୍ୟାପକ ମହିଳା ପୋଲିସ ଅଧିକାରୀ ମଧ୍ୟ ମୁତୟନ କରାଯିବ.. ଏହା ସହ STU, ଓଡ୍ରାଫ ଟିମ ସହ ଦୁଇ କମ୍ପାନୀ CRPF ମଧ୍ୟ ମୁତୟନ ହେବେ । ସାଧା ପୋଷାକ ଧାରୀ ପୋଲିସ, ଡଗ ସ୍କ୍ବାର୍ଡ଼, ବମ ସ୍କ୍ୱାର୍ଡ କୁ ମୋଦୀଙ୍କ ଗସ୍ତ ବେଳେ ମୁତୟନ କରାଯିବ । ଏପଟେ ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟରୁ ଜନତା ମୈଦାନ ଏବଂ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ ଜୋନ କରାଯାଇଛି ।

ନୂଆ ସରକାର ପରେ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ଵିତୀୟ ଓଡିଶା ଗସ୍ତ । ନିଜ ଜନ୍ମଦିନରେ ମହିଳାଙ୍କୁ ଦେବେ ସୁଭଦ୍ରା ଯୋଜନା ମାଧ୍ୟମରେ ବଡ ଉପହାର । ତେଣୁ ୟାକୁ ନେଇ ଉତ୍ସାହିତ ମହିଳା ଓ ଦଳୀୟ କର୍ମୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ବାଲେଶ୍ବର ବନ୍ୟା
31m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ