ଜମ୍ମୁ ବସ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
by Argus News
Wed, Nov 15 | 4:49 p.m.

ଅର୍ଗସ ବ୍ୟୁରୋ:  ଜମ୍ମୁ ବସ ଦୁର୍ଘଟଣାରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଘୋଷଣା କରିବା ସହ ଗୁରୁତରଙ୍କୁ 50 ହଜାର କ୍ଷତିପୁରଣ ରାଶି ଘୋଷଣା କରିଛନ୍ତି । ଜମ୍ମୁକାଶ୍ମୀର ଦୋଡା ଜିଲ୍ଲାରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ଗଭୀର ଖାଇକୁ ଖସିଛି ବସ୍ । ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 36ରେ ପହଞ୍ଚିଲାଣି । ଯାତ୍ରୀବାହୀ ବସଟି କିସ୍ତୱାଡ୍ ରୁ ଜମ୍ମୁ ଯାଉଥିଲା । ଅସର ଅଞ୍ଚଳର ତୁଙ୍ଗରରେ ବସଟି 250 ମିଟର ଖାଇକୁ ଖସି ପଡିଥିଲା । 

 

250 ମିଟର ଖାଇକୁ ଖସିଲା ବସ୍ , 30 ଯାତ୍ରୀ ମୃତ

ଆଣ୍ଡାମାନ ଛୁଇଁଲା
29m ago
ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଅର୍ଗସ ବ୍ୟୁରୋ: ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିକୋବର, ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଛୁଇଁଲା ମୌସୁମୀ । ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନ
ବାତ୍ୟା ନେଇ କୌଣସି
33m ago
ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ
ଅର୍ଗସ ବ୍ୟୁରୋ: ବାତ୍ୟା ନେଇ କୌଣସି ଆକଳନ କରାଯାଇ ନଥିବା ନେଇ ପାଣିପାଗ ବିଭାଗର ସୂଚନା । ମାତ୍ର ଆଗାମୀ 22 ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟ
TWITTER
42m ago
ସୋସିଆଲ୍ ମିଡିଆ X 'ପ୍ଲାଟଫର୍ମ ବଦଳି ଯାଇଛି
ଅର୍ଗସ ବ୍ୟୁରୋ: ପୂର୍ବରୁ ଟ୍ୱିଟର ଡଟ୍ କମ୍ ମାରୁଥିଲେ ଖୋଲୁଥିଲା କିନ୍ତୁ ବର୍ତ୍ତମାନ ଏହା ସ୍ୱୟଂଚାଳିତ ଭାବରେ x.com ହୋଇଯାଇଛି। ଏହିପରି ୨୦୨୨ରେ ଏଲୋନ୍ ମସ୍କ ଦ୍ୱାରା କିଣାଯାଇଥିବ