ଉତ୍ତରପ୍ରଦେଶର ୨୨ହଜାର ୬୪୮ ବୁଥ୍ କର୍ମକର୍ତ୍ତାଙ୍କୁ ସହ ଯୋଡି ହେଲେ ପ୍ରଧାନମନ୍ତ୍ରୀ
by Argus News
Wed, Apr 03 | 2:49 p.m.

ଅର୍ଗସ ବ୍ୟୁରୋ : ସାଧାରଣ ନିର୍ବାଚନକୁ ନେଇ ସାରା ଦେଶରେ ସୂର୍ଯ୍ୟଙ୍କ ତାତି ସହ ତାଳ ଦେଇ ବଢିବାରେ ଲାଗିଛି ନିର୍ବାଚନୀ ତାତି । ଆଜି ଭର୍ଚୁଆଲ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ୧୦ଟି ଲୋକସଭା ଆସନର ସମସ୍ତ ୨୨ ହଜାର ୬୪୮ ବୁଥରେ ନମୋ ଆପ୍ ଜରିଆରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । 

ଏହି ଅବସରରେ କିଛି ବୁଥର ସଭାପତିଙ୍କ ସହ ମଧ୍ୟ କଥା ହେବେ ପ୍ରଧାନମନ୍ତ୍ରୀ । ୟୁପିରେ ତୃତୀୟ ପର୍ଯ୍ୟାୟରେ ସମ୍ଭଲ, ବଦାୟୁଁ, ବରେଲି, ଅଂବାଲା, ଏଟା, ହାଥରସ୍, ଆଗ୍ରା, ଫରେପୁର ସିକ୍ରି, ଫିରୋଜାବାଦ୍ ଓ ଫତେପୁର ସିକ୍ରୀରେ ଭୋଟ୍ ଗ୍ରହଣ ହେବ । ଏହି ସମସ୍ତ ଲୋକସଭା ଆସନରେ ଆଜି ଦିନ ଗୋଟାରେ ନମୋ ଆପ୍ ଜରିଆରେ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମେ ୭ରେ ଏହି ଆସନଗୁଡ଼ିକରେ ଭୋଟ୍ ଗ୍ରହଣ ହେବ ।

ଆହୁରି ପଢନ୍ତୁ ରାଜନୀତି ଖବର...

ସେପଟେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳର ୱାଏନାଡ ଆସନରୁ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଏହି ଆସନରେ ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ ୨୬ ଏପ୍ରିଲରେ ମତଦାନ ହେବ । ପ୍ରାର୍ଥୀପତ୍ର ଦାଖଲ ବେଳେ କଂଗ୍ରେସ ସାଧାରଣ ସମ୍ପଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ରହିଥିଲେ । ୱାଏନାଡରୁ ଦ୍ବିତୀୟ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତାଙ୍କ ବିରୋଧରେ ବିଜେପି ପକ୍ଷରୁ କେରଳ ରାଜ୍ୟ ସଭାପତିଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଏଲଡିଏଫ ତରଫରୁ ସିପିଆଇ ପ୍ରାର୍ଥୀ ଏନଇ ରାଜା ନିର୍ବାଚନ ଲଢୁଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ