ମୋଦିଙ୍କ ସାକ୍ଷାତକାର ; "୨୦୪୭ ମିଶନକୁ ନେଇ କାର୍ଯ୍ୟ କରୁଛି ବିଜେପି"
by Argus News
Mon, Apr 15 | 6:21 p.m.

ଅର୍ଗସ ବ୍ୟୁରୋ : ସମ୍ବାଦ ସରବରାହ ସଂସ୍ଥା ଏ.ଏନ.ଆଇ(ANI)କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର । ଆଗକୁ ଥିବା ନିର୍ବାଚନକୁ ନେଇ ନିଜର ମତାମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହ ରମାନବମୀକୁ ନେଇ ଆଗାମୀ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, ୨୦୨୪ ମସିହା ନିର୍ବାଚନର ବର୍ଷ । ନିର୍ବାଚନକୁ ଲୋକୋତ୍ସବରେ ପରିଣତ କରାଯିବା ଉଚିତ୍ । ୨୦୪୭କୁ ନେଇ ମୋ ସରକାର କାର୍ଯ୍ୟ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି କହିଛନ୍ତି, ପୂର୍ବରୁ ସେ ଦେଶପାଇଁ ଯାହା କିଛି ବି କରିଥିଲେ, ସେସବୁ ଟ୍ରେଲର ଥିଲା । ଯଦି ଲୋକଙ୍କୁ ତାଙ୍କ କାମ ପସନ୍ଦ ଆସିଛି ତେବେ ଆଗକୁ ଦେଶପାଇଁ ବହୁତ କିଛି କରିବା ବାକିଅଛି । ୨୦୪୭ ଭାରତପାଇଁ ମାଇଲଷ୍ଟୋନ ହେବାକୁ ଯାଉଛି । ଏହାକୁ ଆଖି ଆଗରେ ରଖି ଭାରତୀୟ ଜନତା ପାର୍ଟି ନିଜର ମିଶନ ଆରମ୍ଭ କରିସାରିଛି । ଆଗାମୀ ଦିନରେ ପ୍ରତ୍ୟେକ ସାଧାରଣଜନତା ଦେଖିଥିବା ସ୍ବପ୍ନକୁ ପୂରଣ କରିବ ଭାରତୀୟ ଜନତା ପାର୍ଟି । 

ଅନେକ ନେତା ଯିଏ କହିଛନ୍ତି, କିଛିଦିନରେ ହିଁ ଦେଶରୁ ଗରିବ ହଟାଇଦେବେ । କିନ୍ତୁ ଯେଉଁ ବଚନ ଥରେ ପାଟିରୁ ବାହାରେ ତାକୁ ପୁରା କରିବା ଦରକାର । ଯେତେବେଳେ ସାଧାରଣ ଜନତା ତୁମ ଉପରେ ବିଶ୍ବାସ କରୁଛନ୍ତି, ତୁମେ ତୁମର କଥା ନିଶ୍ଚିତ ରଖିବା ଦରକାର ।ମୋ ହିସାବରେ, ପ୍ରାଣ ଯାଉ ପଛେ ବଚନ ନଯାଉ । ଯଦି କଥା ଦେଇ କଥା ରଖିପାରିବେନି, ତେବେ ଗାଦି ଛାଡିଦେବା ଦରକାର ।  କିନ୍ତୁ ମୋଦି ଗ୍ୟାରେଣ୍ଟି ପୁରା ହବାଯାଏଁ ଗ୍ୟାରେଣ୍ଟି । ପୂର୍ବ ନିର୍ବାଚନ ସମୟରେ ଯାହାସବୁ କରିବାର ପ୍ରତିଶୃତି ଦେଇଥିଲେ, ସେସବୁ ପୁରା କରିଛନ୍ତି। ଆଉ ମାତ୍ର ୧୦୦ ଦିନ ଭିତରେ ହିଁ । ଏବେ ମଧ୍ୟ ଯାହା ପ୍ରତିଶୃତି ଦେବେ ତାକୁ ବିଜେପି ସରକାର ପୂର୍ଣ କରିବା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାମ ମନ୍ଦିର ବିବାଦକୁ ନେଇ ମଧ୍ୟ ମୋଦି କହିଛନ୍ତି, ବହୁ ପୂର୍ବରୁ ଏହି ବିବାଦର ସମାଧାନ ହୋଇ ପାରିଥାନ୍ତା । ଭୋଟ୍ ବ୍ୟାଙ୍କ ପଲିଟିକ୍ସ ପାଇଁ ବିବାଦକୁ ଦୀର୍ଘସ୍ଥାୟୀ କରାଗଲା । 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ