ଲୋକସଭାରେ ଆଜି ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
by Argus News
Sat, Dec 14 | 8:46 a.m.

ଅର୍ଗସ ବ୍ୟୁରୋ: ଲୋକସଭାରେ ସମ୍ବିଧାନକୁ ନେଇ ଘମାସାନ। ଆଜି ଦ୍ବିତୀୟ ଦିନରେ ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଲେ ରାଜନାଥ। କହିଥିଲେ ସମ୍ବିଧାନକୁ ନେଇ ଆମେ ବଞ୍ଚିଛୁ ଏବଂ ସମ୍ବିଧାନର ରକ୍ଷା ପାଇଁ କଷ୍ଟ ବି ସହିଛୁ। ଏଥିସହ କିପରି ରାଜନୈତିକ ସ୍ବାର୍ଥ ସାଧନ ପାଇଁ ସମ୍ବାଧାନର ବାରମ୍ବାର କରାଯାଇଥିଲା ସଂଶୋଧନ ତାର ଉଦାହରଣ ଦେଇ କଂଗ୍ରେସକୁ ଘେରିଥିଲେ ରାଜନାଥ। ନେହେରୁଙ୍କ ଶାସନ କାଳରେ ୧୭ ଥର ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀଙ୍କ ସମୟରେ ୨୮ ଥର ଓ ରାଜୀବ ଗାନ୍ଧିଙ୍କ ସରକାର ଅମଳରେ ୧୦ ଥର କରାଯାଇଛି ସମ୍ବିଧାନର ସଂଶୋଧନ। 
ଆଉ ସମସ୍ତ ସଂଶୋଧନ ପଛରେ ଥିଲା ରାଜନୈତିକ ଉଦ୍ଦେଶ୍ୟ।

ଏବେ ସେହି କଂଗ୍ରେସ ସମ୍ବିଧାନର ରକ୍ଷା ପାଇଁ ରୋଦନ କରୁଥିବା କହି ଆଟାକ କରିଥିଲେ ରାଜନାଥ। ଏଥିସହ ଜରୁରୀ କାଳୀନ ପରିସ୍ଥିତି ବେଳେ କିପରି ଦେଶର ସମ୍ଭିଧାନକୁ ପଙ୍ଗୁ କରିଦିଆଯାଇଥିଲା ଏ ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ମୁଖା ଖୋଲିଥିଲେ ପ୍ରତିରକ୍ଷା ମନ୍ତ୍ରୀ। ସେହିପରି ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ସମ୍ବିଧାନ ଉପରେ ହେବ ବିତର୍କ। ଏହି ବିତର୍କ ଶେଷରେ ବି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଘନ କୁହୁଡ଼ିର
22m ago
ଘନ କୁହୁଡ଼ିର ଚାଦର ତଳେ ବାଲିଗୁଡ଼ା ସହର
ଅର୍ଗସ ବ୍ୟୁରୋ: ଘନ କୁହୁଡ଼ିର ଚାଦର ତଳେ ବାଲିଗୁଡ଼ା ସହର। ଦିନକୁ ଦିନ ବାଲିଗୁଡ଼ା ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାରଦ ଖସୁଛି ଓ ଶୀତ ବଢୁଛି। ଯାତାୟତ ଓ ଜୀବନ ଜୀବିକା ଉପରେ ଶୀତ
ସକାଳର ତାଜା
ସକାଳର ଗରମାଗରମ ଖବର ସଂକ୍ଷେପରେ...
୧- ଆଜି ଦିନ ୨ ଟା ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି... ଦଳୀୟ କର୍ମୀଙ୍କ ସହ ଜୟପୁର ସହର ପରିଭ୍ରମଣ କରି କୋରାପୁଟ ଜିଲ୍ଲା ଗଣପର୍ବ ପରବ ଉଦଘାଟନୀ ଉତ୍ସବର
ଟେଣ୍ଡର ପାଇଁ 10 ଲକ୍ଷ
ଟେଣ୍ଡର ପାଇଁ 10 ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ସିବିଆଇ ଚଢ଼ାଉ ମାମଲା
ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ଟେଣ୍ଡର ପାଇଁ 10 ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ସିବିଆଇ ଚଢ଼ାଉ ମାମଲା। ଜଣେ ପ୍ରମୁଖ ସଚିବଙ୍କ ଡ୍ରାଇଭରଙ୍କୁ ସିବିଆଇର ସମନ। 3 ଜଣ ଡ୍ରାଇଭରଙ୍କୁ ସମନ କରିଛ
ମୋଦିଙ୍କ ଅଧ୍ୟକ୍ଷତାରେ
ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀ। ଉଭୟ କେନ୍ଦ୍ର
ଲୋକସଭାରେ
ଲୋକସଭାରେ ଆଜି ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅର୍ଗସ ବ୍ୟୁରୋ: ଲୋକସଭାରେ ସମ୍ବିଧାନକୁ ନେଇ ଘମାସାନ। ଆଜି ଦ୍ବିତୀୟ ଦିନରେ ନିଜ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଲ