ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ଟେଣ୍ଡର ପାଇଁ 10 ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ସିବିଆଇ ଚଢ଼ାଉ ମାମଲା। ଜଣେ ପ୍ରମୁଖ ସଚିବଙ୍କ ଡ୍ରାଇଭରଙ୍କୁ ସିବିଆଇର ସମନ। 3 ଜଣ ଡ୍ରାଇଭରଙ୍କୁ ସମନ କରିଛି ସିବିଆଇ । ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଜିଜିଏମ ଚଞ୍ଚଳ ମୁଖାର୍ଜୀଙ୍କ ଆକାଉଣ୍ଟରୁ ଡ୍ରାଇଭରଙ୍କ ଆକାଉଣ୍ଟକୁ ବାରମ୍ବାର ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି।
କାହିଁକି ଟଙ୍କା ଡ୍ରାଇଭରଙ୍କ ଆକାଉଣ୍ଟକୁ ଯାଇଥିଲା ସେନେଇ ତଦନ୍ତ କରୁଛି ସିବିଆଇ । କିଛିଦିନ ତଳେ ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ତାରକା ହୋଟେଲ ସାମନାରେ କାର୍ ମଧ୍ୟରେ ଟେଣ୍ଡର ପାଇଁ ଲାଞ୍ଚ ଦେବା ବେଳେ ଜବତ ହୋଇଥିଲା 10 ଲକ୍ଷ ଟଙ୍କା । ସିବିଆଇ ଦୁଇଜଣ ଠିକାଦାର ସମେତ ସରକାରୀ ଅଧିକାରୀ ଚଞ୍ଚଳ ମୁଖାର୍ଜୀଙ୍କୁ ଗିରଫ କରିଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର