ଗାନ୍ଧି ଜୟନ୍ତୀରେ ଓଡ଼ିଶାକୁ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ
by Argus News
Tue, Oct 01 | 7:34 a.m.

ଅର୍ଗସ ବ୍ୟୁରୋ: ଅକ୍ଟୋବର ୨ ଲାଗି ପ୍ରସ୍ତୁତି ଚାଲିଥିବାବେଳେ ଗାନ୍ଧି ଜୟନ୍ତୀ ଓଡ଼ିଶାକୁ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ପିଏମ୍ ଜନମନ ଯୋଜନାରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିମି ରାସ୍ତା କାମ ପାଇଁ ହେବ ଶିଳାନ୍ୟାସ।ଝାଡ଼ଖଣ୍ଡ ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପିଏମ୍ ।ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ  ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିବେ,ଦେଓଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡ଼ର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ନିର୍ମାଣ ହେବ ରାସ୍ତା । ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡ଼ିଏ ଲୋକାଭିମୁଖୀ କାର୍ଯ୍ୟର କରିବେ ଶିଳାନ୍ୟାସ। ସବୁ ରାଜ୍ୟର ୫୪୯ ଜିଲ୍ଲା ଓ ୨୭୪୦ ବ୍ଲକରେ ବସବାସ କରୁଥିବା ୬୩ ହଜାର ଗାଁର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଏହି ଯୋଜନା। ଜନଜାତି ବର୍ଗଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ସଶକ୍ତୀକରଣ, ଉନ୍ନତ ଜୀବନ ଶୈଳୀ ଦିଗରେ ନୂଆ ସୂର୍ଯ୍ୟୋଦୟ ଆଣିବା ଯୋଜନାର ଲକ୍ଷ୍ୟ। ଏଥିପାଇଁ କେନ୍ଦ୍ର ସରକାରଙ୍କ ୨୫ଟି ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବେ

ଗୁଳି ବାଜିବା ପରେ
22m ago
ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି
ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍‌ରେ ଭର୍ତ୍ତି ହେବ
ଟିମ୍ ଇଣ୍ଡିଆ
44m ago
ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ
ଅର୍ଗସ ବ୍ୟୁରୋ:ଗର୍ଜିଲା ଜୈସ୍ୱାଲଙ୍କ ବ୍ୟାଟ୍ ଖେଳିଲେ ୫୧ ରନର ଧୂଆଁଦାର ଅର୍ଦ୍ଧଶତକୀୟପାରି,ଅଶ୍ବିନ-ବୁମରାଙ୍କ ଘାଇଲା ବୋଲିରେଚିତପଟାଙ୍ଗ ମାରିଲେ ବାଂଲା ବ୍ୟାଟର।କାନପୁର ଟେଷ୍ଟର
ବିଳମ୍ବିତ ରାତିରେ
44m ago
ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ
ଅର୍ଗସ ବ୍ୟୁରୋ: ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ସୋମବାର ବିଳମ୍ବି