ଶ୍ରୀକ୍ଷେତ୍ରକୁ ଜଳ ସଙ୍କଟ, ତଳକୁ ତଳକୁ ଖସୁଛି ଜିଲ୍ଲାର ଭୂତଳ ଜଳସ୍ତର
by Argus News
Sat, Mar 23 | 3:23 p.m.

ଅର୍ଗସ ବ୍ୟୁରୋ : ପୁରୀ ସହର ସମେତ ସହରର ଭୂତଳ ଜଳସ୍ତର ହେଉଛି ନିମ୍ନଗାମୀ । ଶୁଖିଶୁଖି ଯାଉଛି ଜିଲ୍ଲା ତଥା ସହରର ଅମୃତ ଧାରା । ବିନା ସ୍ୱଇକୃତିରେ ଭୂତଳ ଜଳ ବ୍ୟବହାର ଓ ବର୍ଷାଜଳ ସଂରକ୍ଷଣର ବିଫଳତା ଯୋଗୁଁ ଏବେ ଉପୁଜିଛି ଚିନ୍ତାଜନକ ସ୍ଥିତି । ଆଗାମୀ ଜଳସଙ୍କଟରୁ ରକ୍ଷା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଭୂତଳ ଜଳସ୍ତର ନେଇ ହୋଇଥିବା ୨୦୨୨ର ସର୍ବେକ୍ଷଣ ରିପୋର୍ଟ ଏବେ ଜିଲ୍ଲା ପାଇଁ କାଳ ସାଜିବାକୁ ଯାଉଛି । ଭଲକରି ନଜର ପକାନ୍ତୁ ଏହି ରିପୋର୍ଟ ଉପରେ । 

ସେପଟେ ସର୍ବେକ୍ଷଣ ରିପୋର୍ଟ ମୁତାବକ, ପୁରୀ ଜିଲ୍ଲାର ଗୋପ ରାମଚଣ୍ଡୀରେ ୬.୨୮ ମିଟର । କାକଟପୁରରେ ୪.୯୪ ମିଟର । କାକଟପୁର ବ୍ଲକ ଯୋଗେଶ୍ୱରପୁରେ ୪.୬୫ ମିଟର । ଡେଲାଙ୍ଗ ରାମଚନ୍ଦ୍ରପୁରରେ ୪.୬ ମିଟର । ନିମାପଡା ଚାରିଛକରେ ୪.୪ ମିଟର । ନିମାପଡାରେ ୪.୩୫ ମିଟର । ହରିପୁରରେ ୪.୩୫ ମିଟର । ଚନ୍ଦନପୁରରେ ୪.୨୯ ମିଟର । ଦାଣ୍ଡମକୁନ୍ଦପୁରରେ ୪.୧୫ ମିଟର । ଅସ୍ତରଙ୍ଗରେ ୩.୮ ମିଟର । ସତ୍ୟବାଦୀ ସାକ୍ଷୀଗୋପାଳରେ ୩.୦୫ ମିଟର ତଳକୁ ଭୂତଳ ଜଳସ୍ତର ଖସିବାରେ ଲାଗିଛି । 

 

ସେପଟେ, ପୁରୀ ସହରରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୭୩ ମିଟର ତଳେ ରହିଥିବା ବେଳେ ୨୦୨୧ ମସିହାରେ ଏହା ୨.୨୬ ମିଟର ତଳକୁ ହ୍ରାସ ପାଇଛି । ସେପଟେ ସହରର ବିଭିନ୍ନ ଜାଗା ଆଖଡାରେ ଥିବା ପୁଷ୍କରିଣୀ ମାନଙ୍କର ଅବସ୍ଥା ସଙ୍ଗୀନ୍ ହୋଇଥିବା ବେଳେ ଜଗନ୍ନାଥ ବଲ୍ଲଭ ମଠରେ ଥିବା ପ୍ରାୟ ତିନୋଟି ପୋଖରି ମଧ୍ୟ ଦଳରେ ଭର୍ତ୍ତି ହୋଇ ପୋତି ହୋଇଗଲାଣା । ଯାହାକୁ ନେଇ ଆଗାମୀ ଦିନରେ ସହରରେ ଜଳସଙ୍କଟ ସମସ୍ୟା ଦେଖାଯିବା ସହ ଶ୍ରୀମନ୍ଦିରରେ ମହାପ୍ରସାଦ ଉପରେ ବଡଧରଣର ପ୍ରଭାବ ପଡିପାରେ ବୋଲି ଆଶଙ୍କା କରଛନ୍ତି ବରିଷ୍ଠ ସେବାୟତ । 

ସେପଟେ ଭୂତଳ ଜଳସ୍ତରକୁ ସଂରକ୍ଷଣ କରିବାକୁ ହେଲେ ବର୍ଷାଜଳ ସଂରକ୍ଷଣ ଏକମାତ୍ର ବିକଳ୍ପ । ତେବେ ଜିଲ୍ଲାରେ ବ୍ୟାପକ ମାତ୍ରାରେ ବର୍ଷାଜଳ ସଂରକ୍ଷଣ ଠିକ୍ ଭାବରେ ହୋଇ ପାରୁନଥିବା ବେଳେ ପୁରୀ ସହରର ତାଳବଣିଆ ନିକଟରେ ଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ମଧ୍ୟ ଫେଲ୍ ମାରିଛି । ପୁରୀ ସହର ଓ ଜିଲ୍ଲାରେ ଜଳ ସଙ୍କଟ ଦିନକୁଦିନ ଉଦବେଗଜନକ ହେଉଥିବା ବେଳେ, କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ ଏହି ରିପୋର୍ଟ ପ୍ରଶାସନ ଓ ସରକାରଙ୍କ ପାଇଁ ବଡ ଆହ୍ୱାନ ଭାବରେ ଉଭା ହୋଇଛି । 
 

ରୁବେଲା
12m ago
ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରୁବେଲା ଭାଇରସକୁ ନେଇ ଗର୍ଭବତୀମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରର
ସାପ କାମୁଡାରେ
12m ago
ସାପ କାମୁଡାରେ ଶିଶୁର ଜୀବନଗଲା
ଅର୍ଗସ ବ୍ୟୁରୋ: ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ଗାଁ ରେ ଘଟିଛି ଅଘଟଣ। ସୂଚନା ଅନୁସାରେ ଗଇଲଗୁଡ଼ି ଗାଁ ର ଶାନ୍ତି କୋର
MODI
15m ago
ମହାରଣା ପ୍ରତାପ ଜୟନ୍ତୀରେ ଦେଶକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦି ମହାରାଣା ପ୍ରତାପଙ୍କ ଜନ୍ମ ଜୟନ୍ତୀରେ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ଆସନ୍ତୁ ଆପଣଙ୍କୁ କହିବୁ ଯେ କିପରି ମହାରଣା ପ୍ରତାପ ଭାରତର