ପୁଣି ଉଡିଲା ଡ୍ରୋନ୍, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଭିଡିଓ
by Argus News
Wed, Feb 14 | 3:44 p.m.

ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡିଛି ଶ୍ରୀମନ୍ଦିର ସୁରକ୍ଷା । ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଶ୍ରୀମନ୍ଦିର ଥାଇ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଅବାଧରେ ଯାଉଛି ମୋବାଇଲ ଓ ଶ୍ରୀମନ୍ଦିର ଉପରେ ସୁରକ୍ଷାକୁ ବେଖାତିର୍ କରି ଉଡୁଛି ଡ୍ରୋନ୍ । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଅବହେଳା ଓ ପୋଲିସ ପ୍ରଶାସନର ଅପାରଗତା ପଦାରେ ପଡିଛି । 

କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ବିଶ୍ୱନୀୟନ୍ତା ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତ୍ୟକଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ ପୁରୀରେ ଦେଖିବାକୁ ମିଳିଥାଏ । ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କରି ଭକ୍ତମାନେ ଆତ୍ମତୃପ୍ତି ଲାଭ କରିଥାନ୍ତି । ହେଲେ ଶ୍ରୀମନ୍ଦିରକୁ ନେଇ ବିବାଦ ପିଛା ଛାଡୁନି । କେତେବେଳେ ବ୍ରହ୍ମବିଭ୍ରାଟ ତ ଆଉ କେତେବେଳେ ରତ୍ନଭଣ୍ଡାର ରହସ୍ୟ ଓ ରୋଷଶାଳାରେ ପଶି ଦୁର୍ବୁତ୍ତଙ୍କ ଚୁଲା ଭଙ୍ଗା ଘଟଣା । ଆଉ କେତେବେଳେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ମହାପ୍ରଭୁଙ୍କ ପହୁଡ ହେଉନଥିବା ବେଳେ ଖାଡା ଉପାସ ମହାପ୍ରଭୁ ରହୁଥିବା ନଜିର୍ ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିପାରିବ ନାହିଁ । ଶ୍ରୀମନ୍ଦିର ଭିତରେ ମୋବାଇଲରେ ଫଠୋ ଉଠାଯାଇପାରିବ ନାହିଁ । ନିୟମ କଡାକଡି, କିନ୍ତୁ ଗଳାବାଟେ ଚାଲିଛି ଅନିୟମିତତା । ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଫୁ’ କରି ପୁଣି ମନ୍ଦିର ଉପରେ ଉଡିଲା ଡ୍ରୋନ । ଯାହାର ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଅସନ୍ତୁଷ୍ଟ ବରିଷ୍ଠ ସେବାୟତ । ଏସବୁକୁ ରୋକିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି କହିଛନ୍ତି ଭକ୍ତ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ୭୫ମିଟର ଉଚ୍ଛେଦ ପରେ ପରିକ୍ରମା ପ୍ରକଳ୍ପର ସୁରକ୍ଷା ପାଇଁ ରାଜ୍ୟସରକାର ସ୍ବତନ୍ତ୍ର ବାଟାଲିୟାନ ନିଷ୍ପତ୍ତି ନେଇଛନ୍ତି । ସେପଟେ ଡ୍ରୋନରେ ଯେଉଁ ଚିତ୍ର ଉତ୍ତୋଳନ ସାମ୍ନାକୁ ଆସିଛି ତାଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ଏଭଳି କାମ ରୋକିବା ପାଇଁ ହୋଟେଲିୟର ଓ ଲଜିଂ ମାଲିକଙ୍କୁ ନେଇ ବୈଠକ କରାଯିବ ବୋଲି କହିଛନ୍ତି ପୁରୀ ଏସପି ।

24 ELECTION
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର