ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା
by Argus News
Mon, Feb 12 | 10:40 a.m.

ନବରଙ୍ଗପୁର : ଏବେ ଝରୀଗାଁ ଅଞ୍ଚଳରେ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛନ୍ତି ଡକାୟତ। ରାତି ଅଧରେ ଘରେ ପଶି ଲୋକଙ୍କୁ ମରଣାସ୍ତ୍ର ଦେଖାଇ ଲୁଟି ଚାଲିଛନ୍ତି ଲକ୍ଷ ଲକ୍ଷ ଟଙ୍କା ,  ଯାହାକୁ ନେଇ ଅଞ୍ଚଳରେ ଏବେ କୋକୁଆଭୟ ସୃଷ୍ଟିହୋଇଛି । କହିବାକୁ ଗଲେ 43ଦିନ ମଧ୍ୟରେ ଝରୀଗାଁ ଅଞ୍ଚଳରେ ମରଣାସ୍ତ୍ର ଦେଖାଇ ତିନୋଟି ଡକାୟତି ଘଟଣା ଘଟିଯାଇଛି । ପୋଲିସର ଗୋଟିଏ ତଦନ୍ତ ସରିନଥିବା ବେଳେ ଆଉ ଏକ ଘଟଣା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରୁଛି । ସମାନ ଢଙ୍ଗରେ ମରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସୁନା ଲୁଟ। ଘଟଣାଟି ଘଟିଛି ଝରୀଗାଁ ବ୍ଲକ ଭାଲୁକାନାଡି ଗ୍ରାମରେ। ରାତି ପ୍ରାୟ ଏକଘଣ୍ଟ ସମୟରେ ଭାଲୁକାନାଡିର ଜଣେ ବ୍ୟବସାୟୀ ଅମୀୟ କୁମାର ଦାସ ସେ ଏକୁଟିଆ ବୃଦ୍ଧ ଜଣକ ଘରେ ଥିବାବେଳେ ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କା ପ୍ରଥମେ ଗେଟ ତାଲା ଭାଙ୍ଗି ଘରେ ପଶି ବୃଦ୍ଧଜଣକୁ ଘେରିଯାଇଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ସାତ ରୁ ଆଠ ଜଣ ତେବେ ସମସ୍ତଙ୍କ ହାତରେ ଧାରୁଆ ମରଣାସ୍ତ୍ର ଥିବାବେଳେ ବୃଦ୍ଧ ଅମୀୟ ଙ୍କ ମୁଣ୍ଡରେ ଖଣ୍ଡା ରଖି ହାତଦୁଇଟିକୁ ବାନ୍ଧି ଦେଇଥିଲେ ଏବଂ ଗୋଟି ଗୋଟି କରି ଖୋଜି କଳାକନା ବୁଲେଇ ଦେଲେ ଦୁର୍ବୃତ୍ତ। ବ୍ୟବସାଇ ଙ୍କ ସୂଚନା ପ୍ରକାରେ ଲକ୍ଷାଧିକ ଟଙ୍କା ସମେତ ସବୁ ସୁନା ଅଳଙ୍କାର ଲୁଟିନେଇଥିଲେ,ଏବଂ ମୋବାଇଲ ଟି ଛଡେଇ ନେଇ ଘରଠାରୁ ନିକଟର ସ୍କୁଲ ପାଖରେ ଫୋପାଡ଼ିଦେଇ ତେବେ ଏହି ଲୁଟ ରେ ଆଠରୁ ଦଶଜଣ ଦୁର୍ବୃତ୍ତ ସାମିଲଥିବା ବେଳେ ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି ବ୍ୟବସାୟୀ ଅମୀୟ ଦାସ
 

 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021