ଆମେରିକା ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ମୋଦି
by Argus News
Sun, Sep 22 | 1:32 p.m.

ଅର୍ଗସ ବ୍ୟୁରୋ:  ଆମେରିକା ୱିଲମିଙ୍ଗଟନରେ ଆୟୋଜିତ କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ପିଏମ୍ ମୋଦି । ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଲବାନି ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଉପସ୍ଥିତ ଥିଲେ । ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଜାତିସଂଘର ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ୪ ଦେଶ ସହମତି ପ୍ରକାଶ କରିଛନ୍ତି । ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କ ସଂଖା ବୃଦ୍ଧି ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ, ଶକ୍ତିଶାଳି କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି।

ସେହିପରି ସାମ୍ପ୍ରତିକ ସମସ୍ୟା ସହ ୪ ଦେଶର ମଧ୍ୟରେ ସହଯୋଗ ପ୍ରସଙ୍ଗରେ ବି ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ପାଇଁ କାର୍ଯ୍ୟ କରୁଥିବା ସମାନ ଦେଶ ଗୁଡିକର ଏକ ଅଗ୍ରଣୀ ଗୋଷ୍ଠୀ ଭାବରେ ଏହି ଫୋରମ ଉଭା ହୋଇଛି । ରାଷ୍ଟ୍ରପତି ବାଇଡେନଙ୍କ ସହ ମୋର ସାକ୍ଷାତ ଆମ ଲୋକ ତଥା ବିଶ୍ବର କଲ୍ୟାଣ ପାଇଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ ଷ୍ଟ୍ରାଟେଜିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ନୂତନ ପଥ ସମୀକ୍ଷା ଏବଂ ଚିହ୍ନଟ କରିବାକୁ ଅନୁମତି ଦେବ ବୋଲି ଏ ଅବସରରେ ପିଏମ୍ ମୋଦି କହିଛନ୍ତି । ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ, ନିକଟତର ଓ ଗତିଶୀଳ ହୋଇଛି । ଇତିହାସରେ ଯେ କୌଣସି ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଏହି ସମ୍ପର୍କ ଅତି ନିବିଡ଼ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

ଚିତ୍ତରଂଜନ ଦାସ
7m ago
ଭରତପୁର ଘଟଣାର ତଦନ୍ତ କରିବେ ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ
କଟକ: ଭରତପୁର ଥାନା ନିର୍ଯାତନା ଘଟଣାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କଲେ ହାଇକୋର୍ଟ । ଗତକାଲି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଅବସରପ୍ରାପ୍
ଭରତପୁର ଥାନା
48m ago
ଭରତପୁର ଥାନାରେ ଲାଗିବ 25ଟି CCTV
ଭୁବନେଶ୍ୱର: ଭରତପୁର ଥାନାରେ ଲାଗିବ 25ଟି CCTV । ଭରତପୁର ଥାନାରେ ଆର୍ମି ପୋଲିସ ଲଢେଇ ଘଟଣା ପରେ ଚେତିଲା ପୋଲିସ । ଭରତପୁର ଥାନାରେ ସିସିଟିଭି ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି
ଅଶ୍ଵିନ
ସଚିନ-କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ଵିନ,ଶେନ ୱାର୍ଣ୍ଣଙ୍କ ସହ ହେଲେ ସମକକ୍ଷ
ଅର୍ଗସ ବ୍ୟୁରୋ:ରେକର୍ଡ କଲା ଭାରତ,ଇତିହାସ ରଚିଲେ ଅଶ୍ବିନ। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ୨୮୦ ରନ୍‌ରେ ବିଜୟ ହାସଲ କରିଛି ରୋହିତ ସେନା । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ନାଁର