ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ , ମିଶନ ଶକ୍ତି ବିଷୟରେ ରଚନା ଲେଖ ?
by Argus News
Tue, Feb 20 | 5:06 p.m.

କଟକ:  ମାଟ୍ରିକ ପରୀକ୍ଷାରେ ମିଶନଶକ୍ତି ପ୍ରଶ୍ନ । ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ସାହିତ୍ୟ ପ୍ରଶ୍ନପତ୍ରରେ ମିଶନଶକ୍ତି ବିଷୟରେ ରଚନା ଲେଖିବାକୁ ପ୍ରଶ୍ନପତ୍ରରେ ଉଦିଷ୍ଟ ରହିଥିଲା । ପ୍ରଶ୍ନପତ୍ରର ବିଭିନ୍ନ ସେଟ୍ ରେ ମିଶନଶକ୍ତି ବିଷୟରେ ରଚନା ଲେଖିବା ପାଇଁ 10 ମାର୍କ ରହିଥିଲା ।  ତେବେ ଏକ ସରକାରୀ ଯୋଜନା ବାବଦରେ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଆସିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିକ୍ଷାବିତ । 

ମାଟ୍ରିକ ପରୀକ୍ଷାରେ ଏକ ସରକାରୀ ଯୋଜନା ବାବଦରେ ପ୍ରଶ୍ନ ଆସିବା ଅନୁଚିତ ବୋଲି କହିଛନ୍ତି ଶିକ୍ଷାବିତ ସତ୍ୟକାମ ମିଶ୍ର । ନାରୀ ସଶକ୍ତି କରଣ ବାବଦରେ ପ୍ରଶ୍ନପତ୍ର ନକରି ମିଶନଶକ୍ତି ବାବଦରେ ପ୍ରଶ୍ନ କାହିଁକି କରାଗଲା ବୋଲି କହିଛନ୍ତି । ତେବେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସେ ବାବଦରେ କଣ ଜାଣିଥିବେ ଯେ ସେ ଲେଖିବେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି ପରୀକ୍ଷା ପରିଚାଳନା କମିଟି । ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରଶ୍ନ ପତ୍ର ପ୍ରସ୍ତୁତ ହୋଇଛି । ତେବେ ମିଶନଶକ୍ତି ପ୍ରଶ୍ନପତ୍ର ଆସିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବୋର୍ଡ଼ ସଭାପତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ