ବିଜେଡି ବିଧାୟକ ଦଳ ବୈଠକରେ ପରାଜୟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ରାଜା ସ୍ବାଇଁ
by Argus News
Fri, Jun 21 | 7:20 p.m.

ଅର୍ଗସ ବ୍ୟୁରୋ: ବିଜେଡି ବିଧାୟକ ଦଳ ବୈଠକରେ ନିଆଁ ବାଣ ହେଲେ ରାଜା । ଦଳର ଶୋଚନୀୟ ପରାଜୟ ପାଇଁ ସିଧାସଳଖ ନବୀନଙ୍କୁ ପ୍ରଶ୍ନ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଖୋଦ୍ ବିଜେଡି ସୁପ୍ରିମୋଙ୍କୁ ରାଜା ସ୍ୱାଇଁଙ୍କ ଏଭଳି ପ୍ରଶ୍ନକୁ ନେଇ ବିଜେଡିର ଅନ୍ଦର ମହଲରେ କମ୍ପନ । ଚର୍ଚ୍ଚା ଅନୁସାରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡିର ନବ ନିର୍ବାଚିତ ବିଧାୟକ ମାନଙ୍କର ବୈଠକ। ହଠାତ୍ ନିଜ ଆସନରୁ ଛିଡ଼ା ହୋଇ ସଭାପତିଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଓଡ଼ିଶାରେ କେମିତି ଗୋଟିଏ ବି ଲୋକସଭା ସିଟ୍ ଜିତି ପାରିଲା ନାହିଁ ବିଜେଡି ?

ପୁଣି ବିଧାନସଭାରେ ଭୋଟ ପ୍ରତିଶତ ଅଧିକ ଥାଇ ବି ଦଳ କେମିତି ପରାସ୍ତ ହେଲା ? ଏସବୁର ଅନୁଧ୍ୟାନ କରିବାକୁ ଦାବି କରିଥିଲେ ରାଜା । ତେବେ ରାଜା ସ୍ବାଇଁ କ୍ୟାମେରା ଆଗରେ ଏହି ପ୍ରସଙ୍ଗ ଏଡ଼ାଇ ଯାଇଥିବା ବେଳେ ତାଙ୍କ ମତରେ ସତ୍ୟତା ଥିବା କହିଛନ୍ତି ବିଜେଡିର ଆଗଧାଡ଼ିର ନେତା। 

ଦଳର ଆଗଧାଡ଼ିର ନେତାଙ୍କ ଏ ସ୍ବର ସ୍ପଷ୍ଟ କରୁଛି କେବଳ ପାଣ୍ଡିଆନ ନୁହଁନ୍ତି ବିଜେଡିର ପରାଜୟ ଦୋଷରୁ ବାଦ୍ ନୁହନ୍ତି ଖୋଦ୍ ନବୀନ ପଟ୍ଟନାୟକ। ବିଜେଡି ଇତିହାସରେ ପ୍ରଥମ ଥର ନବୀନଙ୍କ ଏକାଧିପତ୍ୟ ଉପରେ ବିଜେଡି ଭିତରୁ ଉଠିଛି ସ୍ବର। ପୂର୍ବରୁ ବିଶେଷଜ୍ଞ ବାରମ୍ବାର ଆକଳନ କରିଛନ୍ତି, କ୍ଷମତାରୁ ଗଲେ ବିଜୁ ଜନତା ଦଳର ସତ୍ତା ହଜିଯିବ। ଏବେ ସେହି କଥା ସତ ହେବାର ଆଭାସ ମିଳୁଛି କି ? ଦଳକୁ ଏକାଠି ରଖିବାକୁ ନବୀନ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିଲେ ବି ତାଙ୍କ ଉଦ୍ୟମ ଫସର ଫାଟିଯିବ କି ?

ମାତ୍ର 17 ଦିନ ହେଲା କ୍ଷମତାରୁ ଯାଇଛି ବିଜୁ ଜନତା ଦଳ। ପରାଜୟର ସମୀକ୍ଷା ଭିତରେ ଦଳ ଭିତରେ କୁହୁଳିଲାଣି କି ଅସନ୍ତୋଷର ନିଆଁ ? ଏଭଳି ହେଲେ ବିଜେଡିକୁ ବାନ୍ଧି ରଖିବାରେ ସକ୍ଷମ ହେବେ ତ ସୁପ୍ରିମୋ ନବୀନ ପଟ୍ଟନାୟକ ?

ଆହୁରି ପଢନ୍ତୁ ରାଜନୀତି ଖବର...

ଘନ କୁହୁଡ଼ି
9m ago
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
25m ago
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
34m ago
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ