ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ
by Argus News
Sun, Dec 03 | 6:47 p.m.

ଅର୍ଗସ ବ୍ୟୁରୋ: ରାଜସ୍ଥାନର ପଟ୍ଟ ପରିର୍ତ୍ତନ ହେବାକୁ ଯାଉଛି । କଂଗ୍ରେସ ହାତରୁ ଖସିଛି ରାଜ୍ୟ । ଏଣିକି ବିଜେପି ଏହି ରାଜ୍ୟର ଶାସନ ଭାର ସମ୍ଭାଳିବ । ତେବେ ବିଜୟ ଘୋଷଣା ହୋଇ ନ ଥିଲେ ବି ପରାଜୟକୁ ସ୍ବୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଇସ୍ତଫା ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ। 
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜଭବନରେ ପହଞ୍ଚି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି। ବିଜେପି ରାଜସ୍ଥାନରେ ବାଜିମାତ କରିଥିବା ଜଣାପଡ଼ିଛି।

ଟ୍ରେଣ୍ଡରେ ଏହା କଂଗ୍ରେସଠାରୁ ବହୁ ଆଗରେ ଅଛି ଏବଂ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ କଂଗ୍ରେସ ସରକାର ଭାଙ୍ଗିଯିବ ବୋଲି ଏବେ ନିଶ୍ଚିତ ହୋଇଛି। ଟ୍ରେଣ୍ଡକୁ ଦେଖି ବିଜେପି କ୍ୟାମ୍ପରେ ରାଜତିଳକ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦାଖଲ କରିବେ। 

ଅନ୍ୟପକ୍ଷରେ ଫଳାଫଳକ ଦେଖିବା ପରେ କଂଗ୍ରେସ ଶିବିରରେ ନିରାଶ ଛାଇ ଯାଇଥିବାବେଳେ ଅନ୍ୟପଟେ ବିଜେପି କର୍ମୀଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। କର୍ମୀମାନେ ଢୋଲ ସହିତ ଉତ୍ସବ ପାଳନ କରୁଥିବା ଏବଂ ଜୟପୁରରେ ପରସ୍ପରକୁ ମିଠା ଖୁଆଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।  

ଅଧିକ ପଢ଼ନ୍ତୁ ରାଜନୀତି ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ