ହଟକେଶ୍ବର ଦେବଙ୍କ ମହାକାଳରୂପ ଦର୍ଶନ କଲେ ସ୍ବାମୀ ରାମଭଦ୍ରାଚାର୍ଯ୍ୟ
by Argus News
Wed, Jul 10 | 9:12 p.m.

ଖୋର୍ଦ୍ଧା:  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପ୍ରସିଦ୍ଧ ଏକାଦଶ ରୁଦ୍ର ଶ୍ରୀଶ୍ରୀ ହଟ୍ଟକେଶ୍ଵର ଦେବଙ୍କ ପୀଠରେ ସ୍ବାମୀ ରାମ ଭଦ୍ରାଚାର୍ଯ୍ୟ । ଆଜି ଅପରାହ୍ନ ସମୟରେ ସ୍ବାମୀଜୀ ପୁରୀରୁ ଏକ ସ୍ବତନ୍ତ୍ର ବସ ଯୋଗେ ବାବା ହଟ୍ଟକେଶ୍ଵର ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିର କମିଟି ପକ୍ଷରୁ ସ୍ବାମୀ ରାମ ଭଦ୍ରାଚାର୍ଯ୍ୟଙ୍କୁ ଭବ୍ୟ ସ୍ବାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ସ୍ବାମୀଜୀ ମନ୍ଦିର ଗର୍ଭ ଗୃହରେ ବାବା ହଟ୍ଟକେଶ୍ଵର ଦେବଙ୍କ ମହାକାଳ ବେଶ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ ।

କିଛି ସମୟ ମନ୍ଦିର ଭିତରେ ବିତାଇବା ପରେ ସ୍ବାମୀଜୀ ନୟାଗଡର ପ୍ରସିଦ୍ଧ ରଘୁନାଥଙ୍କ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ତେବେ ଏହି ଅବସରରେ ସ୍ବାମୀ ରାମ ଭଦ୍ରାଚାର୍ଯ୍ଯ ତାଙ୍କର ଓଡିଶା ଗ୍ରସ୍ତ ଏବଂ ହଟ୍ଟକେଶ୍ଵର ମହାପ୍ରଭୁଙ୍କ ଦର୍ଶନକୁ ନେଇ ବେଶ୍ ସନ୍ତୋଷ ବ୍ୟକ୍ତ କରିଥିଲେ । 

ଆହୁରି ପଢନ୍ତୁ ଓଡିଶା ଖବର...
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର