ରଥଯାତ୍ରାର ନୀତିନିର୍ଘଣ୍ଟ ଉପରେ ମୋହର ମାରିବ ପରିଚାଳନା କମିଟି
by Argus News
Tue, Jun 25 | 8:20 a.m.

ପୁରୀ:  ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଦିନ 11 ଟାରେ ନୀଳାଦ୍ରି ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ କମିଟିର ସମସ୍ତ ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ ।  

ଗତକାଲି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ବୈଠକରେ ଚଳିତ ରଥଯାତ୍ରାର ନୀତିନିର୍ଘଣ୍ଟ ଚୁଡାନ୍ତ ହୋଇଥିବା ବେଳେ ଆଜି ଏହା ଉପରେ ମୋହର ମାରିବ ପରିଚାଳନା କମିଟି । ଚଳିତବର୍ଷ 53 ବର୍ଷ ପରେ ଅର୍ଥାତ 1971 ମସିହା ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଗତକାଲି ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଥିଲା । 

ଗୋଟିଏ ଦିନରେ ରଥଯାତ୍ରା, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ କେଉଁ କେଉଁ ସମୟରେ କ'ଣ କ'ଣ ନୀତି କରାଯିବ ସେନେଇ ଗତକାଲି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବାବେଳେ ଚୂଡାନ୍ତ ନୀତିନିର୍ଘଣ୍ଟ ଉପରେ ପରିଚାଳନା କମିଟି ମୋହର ମାରିବ । ତେବେ ରଥଯାତ୍ରା ଦିନ ସମସ୍ତ ନୀତିକାନ୍ତି ତ୍ୱରାନ୍ୱିତ ହୋଇ ଅପରାହ୍ନ 5ଟାରେ ରଥଟଣା ହେବ ବୋଲି ନିଷ୍ପତ୍ତି ହୋଇଛି । 

ଏହାସହ ରଥଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଚୂଡାନ୍ତ ନୀତିନିର୍ଘଣ୍ଟ ଉପରେ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ । ତେବେ 1971 ମସିହା ଅନୁଯାୟୀ ରଥଯାତ୍ରା ଦିନ ପଟିଦିଁଅଙ୍କ ଠାରୁ ଆଜ୍ଞାମାଳ ଆସିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଏହା ଉପରେ ମଧ୍ୟ ଆଜିର ବୈଠକରେ ପୁର୍ନବାର ଆଲୋଚନା ହେବ । 

ଆହୁରି ପଢନ୍ତୁ ଓଡିଶା ଖବର...
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ