ଲୋକଙ୍କ ପାଖରେ ଏବେ ବି ଅଛି ୨୦୦୦ ଟଙ୍କିଆ ନୋଟ୍‌
by Argus News
Sat, Dec 02 | 7:15 a.m.

ଅର୍ଗସ ବ୍ୟୁରୋ : ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ରିଜର୍ଭ ବ୍ୟାଙ୍କକୁ ଫେରିଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ଏବେ ବି ବୈଧ ରହିଛି, ଅର୍ଥାତ ତାହା ଅଚଳ ହୋଇନାହିଁ । ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ, ୨୦୨୩ ମେ’ ୧୯ ରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା ହେବା ବେଳକୁ ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା, ଯାହା କି ନଭେମ୍ବର ୩୦, ୨୦୨୩ରେ କାରବାର ଶେଷ ହେବା ବେଳକୁ ୯,୭୬୦ କୋଟି ଟଙ୍କାକୁ ହ୍ରାସ ପାଇଛି । 

ଅଧିକ ପଢନ୍ତୁ ଭାରତ ଖବର

ତେଣୁ ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଗତ ୧୯ ମେରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ସଂପର୍କରେ ଘୋଷଣା କରାଯାଇଥିଲା । ଏଥିପାଇଁ ସେପ୍ଟେମ୍ବର ୩୦ ଶେଷ ତାରିଖ ଥିଲା । ପରେ ତାହାକୁ ଅକ୍ଟୋବର ୯କୁ ବୃଦ୍ଧି କରାଯାଇଥିଲା । ଶେଷ ତାରିଖ ପରେ ଏବେ ବି ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖାମାନଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳ ଜାରି ରହିଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ