ପାର୍ସଲରୁ ବାହାରିଲା ଝିଟିପିଟି
by Argus News
Thu, Jul 25 | 1:26 p.m.

ଅର୍ଗସ ବ୍ୟୁରୋ: ଆମାଜନ ପାର୍ସଲରୁ ବାହାରିଲା ଝିଟିପିଟି। ଅର୍ଡ଼ର କଲେ ଏୟାର ଫ୍ରାଏର ପାଇଲେ ଝିଟିପିଟି। ଘଟଣାଟି ଦେଖିବାକୁ ମିଳିଛି କଲମ୍ବିଆରେ । ସେଠାକାର ଜଣେ ମହିଳା ସୋଫିଆ ସେରାନୋଙ୍କ କହିବା ଅନୁଯାୟୀ ସେ ଆମାଜନରୁ ଏକ ଏୟାର ଫ୍ରାଏର ଅର୍ଡ଼ର କରିଥିଲେ କିନ୍ତୁ ବଦଳରେ ତାଙ୍କ ପାର୍ସଲ ଭିତରୁ ଝିଟିପିଟି ବାହାରିଲା। ଯାହାକୁ ଦେଖି ସିଏ ଆଶ୍ଚର୍ଯ୍ୟ ହୋଇଗଲେ। ଏବଂ ପ୍ୟାକେଜ୍ ଭିତରେ ପାଇଥିବା ଝିଟିପିଟିର ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଯେଉଁଥିରେ ଏପର୍ଯ୍ୟନ୍ତ 4.1 ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଛି। ସେଥିରେ ସିଏ ସ୍ପାନିସରେ ଲେଖିଛନ୍ତି ମୁଁ ଆମାଜନରୁ ଏକ ଏୟାର ଫ୍ରାଏର ଅର୍ଡ଼ର କରିଥିଲି କିନ୍ତୁ ଝିଟିପିଟି ରିସିଭ କଲି। ମୁଁ ଜାଣିନି ଏହା ଆମାଜନର ଭୁଲ ନା କୋରିଅର ବୟର ଭୁଲ। କିନ୍ତୁ ଏପର୍ଯ୍ୟନ୍ତ ଆମାଜନ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ରଖିନାହିଁ।

ଏହି ପୋଷ୍ଟରେ ଅନେକ ୟୁଜର୍ସ କମେଣ୍ଟ କରି କହିଛନ୍ତି ଏହା ଏପର୍ଯ୍ୟନ୍ତର ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା। ଆଉ କିଏ ସେହି ଝିଟିପିଟିକୁ ନିକଟସ୍ଥ ପରିବେଶ ସଂସ୍ଥାକୁ ଦେଇଦେବାକୁ ମତ ରଖିଛି। ତେବେ ମିଳିଥିବା ଝିଟିପିଟି ହେଉଛି ସ୍ପାନିସ ରକ୍ ଲିଜାର୍ଡ଼।

ଅଧିକ ପଢନ୍ତୁ ବିଦେଶ ଖବର

ରାପିଡ ରେଲ୍
10m ago
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
11m ago
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
54m ago
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା