ରେକର୍ଡ କଲେ ରନ୍ ମେସିନ୍ ବିରାଟ କୋହଲି,ଚତୁର୍ଥ ଭାରତୀୟ ଭାବେ ୯ ହଜାର ଟେଷ୍ଟ ରନ୍ କ୍ଲବରେ ହେଲେ ସାମିଲ୍
by Argus News
Fri, Oct 18 | 5:13 p.m.

ଅର୍ଗସ ବ୍ୟୁରୋ:ରେକର୍ଡ କଲେ ରନ୍ ମେସିନ୍ ବିରାଟ କୋହଲି। ଚତୁର୍ଥ ଭାରତୀୟ ଭାବେ ୯ ହଜାର ଟେଷ୍ଟ ରନ୍ କ୍ଲବରେ ହେଲେ ସାମିଲ୍ । ସେଥିରେ ୩୧ଟି ଅର୍ଦ୍ଧଶତକ,୨୯ଟି ଶତକ ଅର୍ନ୍ତଭୁକ୍ତ। ୧୯୭ ତମ ଇଂନିସରେ ୯ ହଜାର ରନ୍ ପୂରଣ କରିଛନ୍ତି ବିରାଟ ସ୍ଥାପନ କରିଛନ୍ତି ନୂଆ କୀର୍ତ୍ତିମାନ । ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ପୂର୍ବରୁ ବିରାଟ୯୦୦୦ ଟେଷ୍ଟ୍‌ ରନ୍‌ଠୁ ଆଉ ୫୩ ରନ୍‌ ଦୂରରେ ଥିଲେ,ବେଙ୍ଗାଲୁରୁରେଚାଲିଥିବା ଟେଷ୍ଟର ଦ୍ବିତୀୟ ଇଂନିସରେ କୋହଲି  ୭୦ ରନ୍ କରିଥିଲେ।

ଭାରତ ପ୍ରଥମ ଇଂନିସରେ ୪୬ରେ ଅଲଆଉଟ୍ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ୪୦୨ ରନ୍ କରିଥିଲା। ଦ୍ବିତୀୟ ଇଂନିସରେ ଭାରତ ୨ ୱିକେଟ୍ ହରାଇ ୨୨୮ ରନ୍ କରିଥିଲା ଖବର ଶେଷ ସୁଦ୍ଧା।ଅଧିନାୟକ ରୋହିତ ଶର୍ମା ୫୨,ଯଶସ୍ବୀ  ଜୟସ୍ବାଲ ୩୫,ବିରାଟ ୭୦ ରନ୍ କରି ପାଭିଲିୟକୁ ଫେରିଥିଲେ। ସର୍ଫରାଜ ଖାନ୍ ୭୦ ରନ୍ କରି ଅପରାଜିତ ରହିଛନ୍ତି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ପଏଣ୍ଟ ଟେବୁଲ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଥିବାବେଳେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଷଷ୍ଠ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ଭାରତ-ନ୍ୟୁଜିଲାଣ୍ଡ  ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ

BJD
ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ର
ବିଜୟଲକ୍ଷ୍ମୀ
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହ
ପାଣ୍ଡିଆନ୍
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲ