ଧିରେଧିରେ ସାମ୍ନାକୁ ଆସୁଛି ଆଇଆଇସିଙ୍କ କଳାକାରନାମା, ଜବ୍ ସ୍କାମ ସହ ଗଞ୍ଜେଇ ଚୋରାଚାଲାଣ ପଛରେ ରହିଛି ହାତ
by Argus News
Wed, Nov 29 | 3:19 p.m.

ଅର୍ଗସ ବ୍ୟୁରୋ : ବୈପାରୀଗୁଡ଼ା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ ହେବା ଘଟଣାରେ । ବିଜେଡିକୁ ଟାର୍ଗେଟ କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ସେ କହିଛନ୍ତି ପୋଲିସ କର୍ମଚାରୀ ଗିରଫ ହେଲେ ଲୋକେ ବାଣ ଫୁଟାଉଛନ୍ତି । ଏଥିରୁ ପ୍ରମାଣିତ ହେଉଛି ରାଜ୍ୟର ଆଇନଶୃଙ୍ଖଳା କେତେ ତଳକୁ ଖସିଛି । କାଲି ଧରାପଡ଼ିଥିବା ବୈପାରୀଗୁଡ଼ା ଆଇଆଇସି ମାମଲାରେ ଭୟଙ୍କର ଦିଗ ଆଗକୁ ଆସିଛି । ବୈପାରୀଗୁଡ଼ା ଆଇଆଇସି ସୁଶାନ୍ତ ଶତପଥୀ ପୂର୍ବରୁ ନବୀନ ନିବାସ ଡ୍ୟୁଟିରେ ଥିଲେ । ନବୀନ ନିବାସରେ ଯାହିତାହି ଲୋକଙ୍କୁ ନିଯୁକ୍ତି ମିଳେନାହିଁ । ସୁଶାନ୍ତଙ୍କ ନିଯୁକ୍ତି ପଛରେ କେଉଁ ପ୍ରଭାବଶାଳୀଙ୍କ ହାତ ଥିଲା  ବୋଲି ସେ ପ୍ରଶ୍ନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏବେ ତାଙ୍କର ଗଞ୍ଜେଇ ଚୋରାଚାଲାଣ ମାମଲାରେ ଲିଙ୍କ୍ ଜଣାପଡ଼ିଛି । ଭିଜିଲାନ୍ସ ବି କହିଛି ଆମେ ଗଞ୍ଜେଇ ଚାଲାଣ ଦିଗରେ ତଦନ୍ତ କରୁଛୁ । ଏହା ବ୍ୟତୀତ ଆଇଆଇସିଙ୍କ ଜବ୍ ସ୍କାମରେ ମଧ୍ୟ ଲିଙ୍କ୍ ଜଣାପଡ଼ିଛି । ଜବ୍ ସ୍କାମରେ ଗିରଫ ବିରଞ୍ଚି ସାହୁଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଥିବା ଜଣାପଡ଼ିଛି । ଏବେ ପୁଣି ଓଲିଉଡ଼୍ ମୁଭିରେ ସେ ଅଭିନୟ କରିଥିବା କଥା ସାମ୍ନାକୁ ଆସିଛି । ସୁଶାନ୍ତ ଅଭିନୟ କରିଥିବା ଫିଲ୍ମରେ ବିଜେଡି ଏମପି ହିରୋ ହୋଇଛନ୍ତି । ଓଲିଉଡ଼ରେ ବିଜେଡିରା କଳା ଟଙ୍କା ସହ ସାଂସଦ ମଧ୍ୟ ଅଛନ୍ତି । ଏହିସବୁ ଭୟଙ୍କର କଥାରୁ ଜଣାପଡ଼ୁଛି ରାଜ୍ୟରେ ଶାସନ କିଭଳି ଚାଲିଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ  ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ