ରାଜ୍ୟରେ ହେବ ରେରା ଆଇନର ପରିବର୍ତ୍ତନ
by Argus News
Mon, Oct 14 | 3:23 p.m.

ସମ୍ବଲପୁର: ରାଜ୍ୟରେ ହେବ ରେରା ଆଇନର ପରିବର୍ତ୍ତନ । ବିଭାଗ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି । ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ । ପାର୍ଟ ବା ଜମିର କିଛି ଅଂଶ ମଧ୍ୟ ବିକ୍ରି କରିପାରିବେ । ସେନେଇ ରେରାର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ । ଦଲାଲମାନଙ୍କୁ ସ୍ପଷ୍ଟ ଚେତାବନୀ, କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ । ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ ବୋଲି  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁରରେ ପ୍ରତିକ୍ରିୟା ରଖିଛନ୍ତି । 

ମନ୍ଦ ଉଦେଶ୍ୟ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଲୋକଙ୍କୁ ରାଜସ୍ବ ସେବା ଦେବାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନେବା ନେଇ ପ୍ରତିଶୃତି ଦେଇଛନ୍ତି । ଦୁର୍ନୀତି କଲେ ନିଜେ ତଦନ୍ତ କରିବା ପାଇଁ ପ୍ରସ୍ତୁତ ଥିବା ସୁରେଶ ପୂଜାରୀ କହିଛନ୍ତି । 

ଆଜି ସମ୍ବଲପୁର ଡିଏସଆର କାର୍ଯ୍ୟାଳୟ ଅଚାନକ ଗସ୍ତ ସମୟରେ ଏହି କଥା କହିଛନ୍ତି ମନ୍ତ୍ରୀ । ଏହାସହ ଅଧିକାରୀମାନଙ୍କୁ ମଧ୍ୟ ତାଗିଦ୍ କରିବା ସହ ଜନ ସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି । କାର୍ଯ୍ୟାଳୟକୁ ରେଜଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ରଖି Feedback ନେବା ପାଇଁ ଡିଏସଆରଙ୍କୁ କଡା ଚେତାବନୀ ଦେଇ ନିର୍ଦ୍ଦେଶ ଦେଇଛନ୍ତି ।
 

CANADA
ହରଦୀପ ସିଂହ ନିଜ୍ଜର ମାମଲା; କାନାଡ଼ାକୁ ଭାରତର ଦୃଢ଼ ଜବାବ
ଅର୍ଗସ ବ୍ୟୁରୋ: କାନାଡ଼ାକୁ ଭାରତର ଦୃଢ଼ ଜବାବ । ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ପିଏଙ୍କ ବୟାନକୁ ତୀବ୍ର ବିରୋଧର କରିବା ସହ ଭାରତ କାନାଡ଼ା ହାଇ କମିଶନରଙ୍କୁ ରିପୋର୍ଟ ତଲବ କରିଛି
ଚିରାଗ ପାସୱାନ
ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା
ଅର୍ଗସ ବ୍ୟୁରୋ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଚିରାଗଙ୍କ ସୁରକ୍ଷା ପାଇ
ମୋହନ ମାଝୀ
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ