ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ସୀମାବର୍ତ୍ତି ଅଞ୍ଚଳବାସୀ
by Argus News
Wed, Feb 21 | 8:18 p.m.

ଅର୍ଗସ ବ୍ୟୁରୋ: ସୀମା ପାଲଟିଛି ଅଭିଶାପ। ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ସୀମାବର୍ତ୍ତି ଅଞ୍ଚଳବାସୀ । ସ୍ବାଧିନତାର ସ୍ବାଦ ଚାଖିନଥିବା ଗ୍ରାମବାସୀ ଏବେ ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ବିକାଶ କଣ ଏମାନେ ବୁଝନ୍ତି ନି । ଆମେ କହୁଛୁ ରାୟଗଡା ସଦର ବ୍ଲକ ବୈରାଗୀହାଲୱା ପଞ୍ଚାୟତ ଅନ୍ତର୍ଗତ ପଣସଗୁଡା ଗ୍ରାମର କାହାଣୀ । ଏହି ଗାଁ ଓଡିଶା-ଆନ୍ଧ୍ର ସୀମାନ୍ତରେ ରହିଥିବା ବେଳେ ଓଡିଶା ସରକାରଙ୍କ ତରଫରୁ ସେପରି କିଛି ଆଖିଦୃଶିଆ ସହାର୍ଯ୍ୟ ପାଉନାହାନ୍ତି । କେବଳ ପିଡିଏସ୍ ଚାଉଳକୁ ବାଦ୍ ଦେଲେ ଏଠି ସରକାରୀ ଯୋଜନା ଯେପରି ସାତସପନ ପାଲଟିଛି । ସୀମାରେ ବସବାସ କରୁଥିବା ପଣସଗୁଡାର 12 ପରିବାର ଏବଂ ବଡ଼ଲୁକୁଟିର ପଡ଼ା ଗାଁର 6ପରିବାର  ଅତି ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ବ୍ଲକ ପ୍ରଶାସନ ଏମାନଙ୍କୁ ଆଡ ଆଖିରେ ଦେଖୁନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଗାଁରେ ରାସ୍ତା ସମସ୍ୟା ଏକ ପ୍ରମୁଖ ସମସ୍ୟା। ସୀମାନ୍ତର ଦୁଇ କିଲୋମିଟର ପରେ ପଣସଗୁଡା ଗ୍ରାମ ରହିଥିବା ବେଳେ ଏହି ରାସ୍ତା ମରଣଯନ୍ତା ପାଲଟିଛି । ପକ୍କା ରାସ୍ତା ନଥିବା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ । ଗ୍ରାମରେ ଦୁଇଟି ନଳକୂପ ଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ଅଚଳ । ଅନ୍ୟ ଏକ ନଳକୂପରୁ ଦୂଷିତ ପାଣି ବାହାରୁଥିବା ବେଳେ ଲୋକେ ବାଧ୍ୟ ହୋଇ ନଦୀ ପାଣି ବ୍ୟବହାର କରୁଛନ୍ତି । ଫଳରେ ଅନେକ ସମୟରେ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି । ଶିକ୍ଷା ବ୍ୟବସ୍ଥା ପାଇଁ ସେମିତି କିଛି ବ୍ୟବସ୍ଥା ନଥିବା ବେଳେ କୋମଳମତି ଶିଶୁ ଅଙ୍ଗନୱାଡି କେନ୍ଦ୍ର ମାଡିନାହାଁନ୍ତି। ଗାଁରେ ବିଦ୍ୟୁତ୍ ଖୁଣ୍ଟ ରହିଛି ହେଲେ ଅନେକ ସମୟରେ ଲୋକେ ଅନ୍ଧାରରେ ଜୀବନ କାଟୁଛନ୍ତି ।

ପଣସଗୁଡା ଗ୍ରାମବାସୀଙ୍କ ଦୁଃଖ ଦୁରକରିବାରେ ପ୍ରଶାସନ ନିଜ ବିଫଳତାର ପରିଚୟ ଦେଇଛି । ଏପଟେ ପୋଡଶୀ ଆନ୍ଧ୍ର ପଣଗୁଡାବାସୀଙ୍କୁ ଆନ୍ଧ୍ରରେ ମିଶିବାକୁ କହୁଥିବା ବେଳେ ଲୋକେ ଏକ ଦଶନ୍ଦି ହେବ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେବେ ଆଗାମି ଦିନରେ ସରକାର ଦାବି ପୁରଣ ନକଲେ ଲୋକେ ଭୋଟ୍ ବର୍ଜନ କରିବେ ବୋଲି ଚାତେବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

HOROSCOPE
55m ago
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ