ଡ୍ରେନ୍ ସମସ୍ୟା  ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ
by Argus News
Sat, Sep 21 | 11:43 a.m.

ଭୁବନେଶ୍ୱର:  ଡ୍ରେନ୍ ସମସ୍ୟା  ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ। ବିଏମ୍‌ସି ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ ଅଭିଯୋଗ। ୪୫ନଂ ୱାର୍ଡ ଶବର ସାହିର ବାସିନ୍ଦା। ବିଏମ୍‌ସି କର୍ଯ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାରମ୍ବାର ଦୌଡ଼ିବା ସତ୍ତ୍ୱେ ଡ୍ରେନ୍ କାମ ହେଉନଥିବାରୁ ଏଭଳି ପ୍ରତିବାଦ ପନ୍ଥାକୁ ଆପଣାଇଥିଲେ ଶବର ସାହିର ବାସିନ୍ଦା। ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି।

ଏଥିପାଇଁ ଡ୍ରେନ୍ ପାଣି ଯାଇ ୱେରେଜ୍ ଲାଇନ୍‌ରେ ପଶୁଛି। ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ଭାସୁଛି। ବାରମ୍ବାର ଗୁହାରି ଜଣାଇବା ସତ୍ତ୍ୱେ ବିଏମ୍‌ସି ଡ୍ରେନ୍ କାମ କରୁନି। ବର୍ଷା ହେଲେ ସ୍ଥିତି ସାଙ୍ଘାତିକ ହେଉଛି। ଘରେ ମଳ ପାଣି ପଶିବା ଯୋଗୁ ଲୋକେ ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି। ତୁରନ୍ତ କାମ କରା‌ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୪୫ ନଂ ୱର୍ଡ କର୍ପୋରେଟର ଅମରେଶ ଜେନା ମହିଳାଙ୍କୁ ବୁଝାଶୁଝା କରିବା ପରେ ସେମାନେ ପ୍ରତିବାଦରୁ ହଟିଥିଲେ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

ସ୍କ୍ରବ ଟାଇଫସ୍
28m ago
ପ୍ରଥମ ସ୍କ୍ରବ ଟାଇଫସ୍ ରୋଗୀ ଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ସ୍କ୍ରବ ଟାଇଫସରେ ଜଣେ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେ ପ୍ରଥମ ସ୍କ୍ରବ ଟାଇଫସ ରୋଗୀ ଙ୍କ ମୃତ୍ୟୁ I ମୃତକ ହେଲେ କଣ୍ଟାମାଲ ବ୍ଲକର ବରଡିପଦର ଗାଁ ର ରମେ
ମୃତ୍ୟୁ
ସ୍ତ୍ରୀର ମୃତ୍ୟୁର ଦିନକ ପରେ ବିଷପିଇ ଦେଇଥିଲେ ସ୍ବାମୀ
ଅର୍ଗସ ବ୍ୟୁରୋ: ସ୍ତ୍ରୀର ମୃତ୍ୟୁକୁ ସହି ନପାରି ଜୀବନ ହାରିଲା ସ୍ବାମୀ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ସଡ଼ଙ୍ଗି ଗାଁରେ। କଳହକୁ କେନ୍ଦ୍ରକରି ବିଷ ପି
ବାୟୁସେନା
ବାୟୁସେନାର ନୂଆ ମୁଖ୍ୟ ଭାବେ ଅମର ପ୍ରିତ୍ ସିଂହଙ୍କୁ ନିଯୁକ୍ତ
ଅର୍ଗସ ବ୍ୟୁରୋ: ବାୟୁସେନାର ନୂଆ ମୁଖ୍ୟ ଭାବେ ଅମର ପ୍ରିତ୍ ସିଂହଙ୍କୁ ନିଯୁକ୍ତ କରାଯାଇଛି । ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ବାୟୁସେନାର ପରବର୍ତ୍ତୀ ମୁଖିଆ ହେବେ । ଏବେ ସେ ବାୟୁସେନ