ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ  ପୁଅ-ବୋହୂଙ୍କ ନିସ୍ତୁକ ମାଡ 
by Argus News
Sat, Jul 20 | 1:01 p.m.

କଟକ:  ଭେଣ୍ଡା ବୟସରେ ଦେଶ ସେବା କଲେ, ପରିଣତ ବୟସରେ ପୁଅ ବୋହୂଙ୍କ ସେବା ଅପେକ୍ଷାରେ ଥିଲେ । ବାପା ଯେମିତି ଦେଶ ସେବା କରୁଥିଲେ , ପୁଅ ବି ସେମିତି ଦେଶ ସେବା କରୁଥିଲେ । ହେଲେ ବୁଢା ବୟସରେ ବାପାର ସେବା କରିବା ପରିବର୍ତ୍ତେ ନିର୍ଯାତନା ଦେଲେ । ସେ କଥା ନା କାହାକୁ କହିହେଉଛି, ନା ସହି ହେଉଛି । ଇଚ୍ଛା ନଥିଲେ ବି ପୁଅ-ବୋହୂଙ୍କ ନିର୍ଯାତନା ସହି ଆସୁଛନ୍ତି ଏଇ ପୂର୍ବତନ ସେନାଅଧିକାରୀ । ଯାହା ଜଣାପଡିବା ପରେ ଏବେ ପୁରା ରାଜ୍ୟରେ ଚର୍ଚ୍ଚା । ଦୀର୍ଘବର୍ଷ ଭାରତୀୟ ସେନାରେ ଦେଶ ପାଇଁ ସେବା କରିବା ପରେ ଅବସର ନେଇଥିଲେ ଅନ୍ତର୍ଯ୍ୟାମୀ । ଦୁଇପୁଅରୁ ବଡ଼ ପୁଅ ଅନୀଲ ନାୟକ ସେନାବାହିନୀରୁ ଅବସର ନେଇଥିବାବେଳେ ସାନପୁଅ ଏବେ ଦେଶ ସେବାରେ ନିୟୋଜିତ ଅଛନ୍ତି। ଅନ୍ତର୍ଯ୍ୟାମୀ ବୟସର ଅପରାହ୍ନରେ ପହଞ୍ଚିଥିବାବେଳେ ନିଜ ପୁଅ, ବୋହୁଙ୍କ ଦ୍ବାରା ନିର୍ଯାତିତ ହେଉଥିବା ଅଭିଯୋଗ କରିଛନ୍ତି । ଗତ 4 ମାସ ଧରି ପୁଅ, ବୋହୂ ବୃଦ୍ଧ ବାପା ମାଆଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବାରୁ ସୁରକ୍ଷା ଲୋଡ଼ିଛନ୍ତି  ଦମ୍ପତି । 

କିଛିଦିନ ପୂର୍ବରୁ ବଡ଼ପୁଅର ବିବାହ ବିଚ୍ଛେଦ ହେବାକୁ  ଯାଉଥିଲା କିନ୍ତୁ ସାମାଜିକ ଲୋକଲଜ୍ୟାକୁ ଡରି ଅନ୍ତର୍ଯ୍ୟାମୀ ପୁଣିଥରେ ଉଭୟଙ୍କର ବୁଝାମଣା କରାଇଥିଲେ । ନିକଟରେ ପୁଅ ବୋହୁ ନୂଆ ଘରରେ ଏକ କୁକୁର ରଖିବାକୁ ଜିଦ ଧରିଥିଲେ । ଏପରିକି ମା ବିରୋଧ କରିବାକୁ ଉଭୟ ପୁଅ ଓ ବୋହୁ ବର୍ଷା ସମୟରେ ମାକୁ ଘରୁ ବାହାର କରିଦେଇଥିଲେ । ନିର୍ଯାତନା ସୀମା ଟପିବା ପରେ ଅନ୍ତର୍ଯ୍ୟାମୀ  ଉଭୟ ପୁଅ ଓ ବୋହୂଙ୍କ ବିରୋଧରେ ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ନିଜ ସ୍ବାର୍ଥ ପାଇଁ ବାପା ମାଙ୍କୁ ବି ନିର୍ଯାତନା ଦେଉଛନ୍ତି  ପୁଅ ବୋହୁ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା  ଜୋର ଧରିଛି  । ବୃଦ୍ଧ ଦମ୍ପତିଙ୍କ ସୁରକ୍ଷା ସହ ସେମାନଙ୍କ ଭରଣପୋଷଣ ପାଇଁ ବ୍ୟବସ୍ଥା କରାଇବାକୁ ପ୍ରଶାସନ ନିକଟରେ ଗାଁ ଲୋକେ ଦାବି କରିଛନ୍ତି । 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା