ମିସ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଲେ ରିୟା ସିଂଘା
by Argus News
Tue, Sep 24 | 10:35 p.m.

ଅର୍ଗସ ବ୍ୟୁରୋ: ଗୁଜରାଟୀ ମଡେଲ ରିୟା ସିଂଘା(୧୯) ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ ଟାଇଟଲ ହାସଲ କରିଛନ୍ତି। ରବିବାର ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ର ଗ୍ରାଣ୍ଡ ଫିନାଲେରେ ସେ ୫୧ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ପୂର୍ବତନ ମିସ୍‌ ୟୁନିଭର୍ସ ଇଣ୍ଡିଆ ତଥା ଅଭିନେତ୍ରୀ ଉର୍ବଶୀ ରୌତେଲା ରିୟାଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି। ଆସନ୍ତା ନଭେମ୍ବର ୧୬ରେ ମେକ୍ସିକୋ ରାଜଧାନୀ ମେକ୍ସିକୋ ସିଟିରେ ଆୟୋଜିତ ହେବାକୁ ଥିବା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ରିୟା ଭାରତର ପ୍ରତିନିଧିତ୍ୱ କରିବେ। 

ରିୟା କହିଛନ୍ତି, ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ ଟାଇଟଲ ହାସଲ କରି ସେ ଗର୍ବ ଅନୁଭବ କରୁଛନ୍ତି। ଏଥିପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି। ପୂର୍ବ ବିଜେତାମାନଙ୍କଠାରୁ ସେ ଅନୁପ୍ରାଣିତ ହୋଇଥିଲେ ବୋଲି ରିୟା କହିଛନ୍ତି। ସଫଳତା ପାଇଁ ରିୟାଙ୍କୁ ସୋସିଆଲ ମିଡିଆରେ ବହୁ ସେଲିବ୍ରିଟି ଅଭିନନ୍ଦନ ଜଣାଇବା ସହ ‘ମିସ୍‌ ୟୁନିଭର୍ସ ୨୦୨୪’ ପ୍ରତିଯୋଗିତା ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

ବିଲୁଆ
51m ago
ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣ
ଆସୁଛନ୍ତି ନଡ୍ଡା
53m ago
ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ରାଜ୍ୟ ପଦାଧିକାରୀ
ଜାହାଜ କାରଖାନା
56m ago
୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ହେବ ଜାହାଜ କାରଖାନା
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ତିଆରି ହେବ ଜାହାଜ । ଭଦ୍ରକ ଜିଲ୍ଲାରେ ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫