ଗାଁରୁ ୧ କି.ମି ଦୂରରେ ଅଟକି ରହିଲା ଆମ୍ବୁଲାନ୍ସ
by Argus News
Wed, Jan 24 | 9:33 a.m.

ସମ୍ବଲପୁର: ଗାଁକୁ ରାସ୍ତା ନାହିଁ, ଅଧାରେ ଅଟକିଲା ଆମ୍ବୁଲାନ୍ସ । ଶେଷରେ ରୋଗୀକୁ ଷ୍ଟ୍ରେଚରରେ ବୋହି ପ୍ରାୟ ୧ କି.ମି ରାସ୍ତା ପାର ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ତ୍ରିବଣପୁର ପଞ୍ଚାୟତ ସାନଖଲିଆମାଲ ଗାଁରେ ଦେଖିବାକୁ ମିଳିଛି ଏ ଘଟଣା ।  ଗାଁର ଉଗ୍ରସେନ ହାତୀ ନାମକ ଜଣେ ଯୁବକ ଗଛ ଉପରୁ ଖସି ପଡ଼ି ଗୁରୁତର ହୋଇପଡିଥିଲେ ।

ରୋଗୀଙ୍କ ସମ୍ପର୍କୀୟ ଫୋନ୍ କରିଵାରୁ , ରେଢ଼ାଖୋଲରୁ ୧୦୮ ଆମ୍ବୁଲାନ୍ସ ଉଗ୍ରସେନକୁ ଆଣିବା ପାଇଁ ଯାଇଥିଲା । ଗାଁକୁ ଯିବା ପାଇଁ ରାସ୍ତା ନଥିଲା, ଫଳରେ ଗାଁରୁ ୧ କି.ମି ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । 

ରୋଗୀକୁ ବୋହି ଆଣିବା ପରେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୩ ଦିନ ତଳେ ସମାନ ଘଟଣାରେ ସାନଖଲିଆମାଲ ଗାଁର  ରଶ୍ମିରେଖା ନାଏକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ୧୦୮କୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ବି ଆସିଥିଲା, କିନ୍ତୁ ଗାଁକୁ ଯିବାକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଅଣାଯାଇଥିଲା । ୩ ଦିନର ଦୁଇ ଦୁଇଟି ଦୃଶ୍ୟ ହିଁ ବୟାନ କରୁଛି ରାଜ୍ୟରେ କିପରି ଚାଲିଛି ସ୍ବାସ୍ଥ୍ୟସେବା ।

ଏ ଖବର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଖରେ ଅଛି ତ । ୨୪ ବର୍ଷର ସ୍ଥିର ବିଜେଡି ସରକାରରେ ଏ କି ବିକାଶ ?

ଆହୁରି ପଢନ୍ତୁ ଓଡିଶା ଖବର...
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ