ଭୋଟ୍ ପୂର୍ବରୁ ପ୍ରତିଶ୍ରୁତିର ବର୍ଷା
by Argus News
Wed, May 22 | 6:24 p.m.

ଅର୍ଗସ ବ୍ୟୁରୋ: ରାସ୍ତା ସମସ୍ୟାରେ ବର୍ଷ ବର୍ଷ ଧରି ଯୁଝିଛନ୍ତି ହେଉଛନ୍ତି ଏମାନେ । ତଥାପି ଚୁପ୍ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ୧୨ରୁ ୧୫ କିମି ଦୂର ଗଲେ ଆସେ ପଟିଗୁଡା ଗାଁ । ରାସ୍ତା ଖଣ୍ଡିଏ ନଥିବାରୁ ଜଙ୍ଗଲ ଭିତର ଦେଇ 3ରୁ 4 କିମି ଚାଲି ଚାଲି ଏଠାକୁ ଯିବାକୁ ପଡେ । ପଥୁରିଆ, ମାଟି ରାସ୍ତା ଦେଇ ପ୍ରତିଦିନ ଯାଆସ କରନ୍ତି ଗ୍ରାମବାସୀ । ହଠାତ୍ କାହାର ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରେନା । ଖଟିଆରେ ବୁହା ହୁଅନ୍ତି ରୋଗୀ ଓ ଗର୍ଭବତୀ । ସେ ପାଠପଢା ହେଉ କି ଭତ୍ତା ପାଇଁ ହେଉ ଏହି ପାହାଡିଆ ଘଞ୍ଚ ଜଙ୍ଗଲ ଭିତରେ ଚାଲି ଚାଲି ଯିବାକୁ ବାଧ୍ୟ ହୁଅନ୍ତି କୁନି କୁନି ପିଲା ଓ ବୟସ୍କ ଲୋକ ।   

ଖାଲି ରାସ୍ତା ସମସ୍ୟା ନୁହେଁ ଆବାସ ଯୋଜନା ସହ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ପଟିଗୁଡା ଗ୍ରାମବାସୀ । ଅପାରଗ ବିଜେଡି ସରକାରର ଦୀର୍ଘ ବର୍ଷ ଶାସନରେ ଅତିଷ୍ଟ ହୋଇପଡିଲେଣି ଲୋକେ ।

ଦିଗପହଣ୍ଡିରେ ପୂର୍ବରୁ ଦୀର୍ଘ ବର୍ଷ ହେବ ବିଜେଡି ବିଧାୟକ ଭାବେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ପ୍ରତିନିଧିତ୍ବ କରୁଥିଲେ । ତଥାପି ବିକାଶ ହେଲାନି ।... ଏବେ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଦଳ ଭରସା କରି ଟିକେଟ ଦେଇଛି । ଏଥର ନିର୍ବାଚନ ରଣାଙ୍ଗନରେ ପାର ହେବ କି ବିଜେଡି ? 

ଆହୁରି ପଢନ୍ତୁ ଓଡିଶା ଖବର...

SONAKSHI SINHA
11m ago
ନିକାହ କରିବେ ଦବଙ୍ଗ ଗର୍ଲ...
ଅର୍ଗସ ବ୍ୟୁରୋ: ସୋନାକ୍ଷୀ ସିହ୍ନା ହେବେ ମୁସଲମାନ। ଯେଉଁ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋନାକ୍ଷୀ ତାଙ୍କ ବିବାହ ପୂର୍ବରୁ ମୁସଳମାନ ଧର୍ମ ଗ୍ରହଣ କରିବେ ଓ ତାଙ୍
ବ୍ୟବସାୟୀ ମୃତ
12m ago
ବାଣ ବିସ୍ଫୋରଣରେ ବ୍ୟବସାୟୀ ମୃତ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ବାଣ ବିସ୍ଫୋରଣ। ବାଣ ବିସ୍ଫୋରଣ ଘଟି ଜଣେ ବାଣ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣ
COCONUT WATER
15m ago
ଓଜନ କମାଇବ ନଡିଆ ପାଣି
ଅର୍ଗସ ବ୍ୟୁରୋ: ନଡ଼ିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ । ଯଦି ଏହା ଠିକ୍ ସମୟରେ ଖିଆଯାଏ ଶରୀରରେ ଅନେକ ଲାଭ ପାଇପାରେ । ଯଦି କିଛି ଠିକ୍ ସମୟରେ ଖିଆଯାଏ ତେବ