ଗାଁକୁ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ରୋଗୀ
by Argus News
Sat, Jun 29 | 1:39 p.m.

କନ୍ଧମାଳ: ପୁଣି ଖଟିଆ ଭରସା । ଗାଁକୁ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ରୋଗୀ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ରାଡ଼ାବାଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । 

ରାଡ଼ାବାଲି ଗାଁର ସୁରଥି ପ୍ରଧାନଙ୍କର ଦେହ ଖରାପ ହୋଇଥିଲା । ରାସ୍ତା ନଥିବାରୁ  ଘଞ୍ଚ ଜଙ୍ଗଲ ପଥୁରିଆ ରାସ୍ତା ଦେଇ ଗ୍ରାମବାସୀମାନେ ଖଟିଆରେ ପ୍ରାୟ ୩ କିଲୋମିଟର ବୋହି ମୁଖ୍ୟ ରାସ୍ତାକୁ ନେଇ ଥିଲେ । ସେଠାରୁ ରାଇକିଆ ମେଡିକାଲକୁ  ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସୁଧା ଆମ୍ବୁଲାନ୍ସ  ପହଞ୍ଚି ନଥିଲା । ଫଳରେ ବାଧ୍ୟ ହୋଇ ଅଟୋ ଭଡ଼ା କରି  ମେଡିକାଲକୁ ନେଇଥିଲେ l 

ଗାଁ କୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମବାସୀମାନେ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୪ ଦିନ ତଳେ ମଧ୍ୟ ଗାଁର ତ୍ରିବେଣୀ ପ୍ରଧାନଙ୍କ ଦେହ ଅସୁସ୍ଥ ହେବାରୁ ରାତି ଅନ୍ଧାରରେ ସମାନ ଭାବରେ ଖଟିଆରେ ମେଡିକାଲ ନିଆଯାଇଥିଲା । କିନ୍ତୁ ଫୁଲବାଣୀରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
 

ଆହୁରି ପଢନ୍ତୁ ଓଡିଶା ଖବର...

ପ୍ରବଳ ବର୍ଷା
34m ago
ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା
ନୂଆଦିଲ୍ଲୀ: ଆସାମ ଓ ହିମାଚଳରେ ବର୍ଷା ବିତ୍ପାତ । ହିମାଳୟ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଭୂସ୍ପଳନ ଘଟିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ଆସାମରେ ବର୍ଷା ଜନିତ ମୃତ୍ୟ
ହସ୍ପିଟାଲରେ ଭର୍ତ୍ତି
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ ସପ୍ତାହ ମଧ୍ୟରେ ୨ ଥର ହସ୍ପିଟାଲରେ ହେଲେଣି ଭର୍ତ୍ତି । ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ଖରା
ନିର୍ବାଚନ
ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ
ନୂଆଦିଲ୍ଲୀ: ଆଜି ବ୍ରିଟେନ ନିର୍ବାଚନ । ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ । ଏଥର ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟି ଏବଂ ଲେବର ପାର୍ଟି ମଧ୍ୟରେ କଡା ଟକ୍କର ହେଉଛି । ୬୫୦ ଆସ