ରାସ୍ତା ପାଇଁ ଗୁହାରୀ କରି ଶୁଣିଲାନି ପ୍ରଶାସନ
by Argus News
Mon, Apr 01 | 8:26 p.m.

ଅର୍ଗସ ବ୍ୟୁରୋ:  ଗୋଟିଏ ପଟେ 88 ତମ୍ମ ଉତ୍କଳ ଦିବସ ପାଳନ କରୁଛି ପୁରା ଓଡ଼ିଶା ଅନ୍ୟ ପଟେ ରାଜ୍ୟରେ ବିଭିନ୍ନ ଗାଁକୁ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି , ଦିର୍ଘ ୨୫ ବର୍ଷ ଧରି କଚ୍ଚା ରାସ୍ତାରେ ଯିବା ଆସିବା କରୁଛନ୍ତି ପ୍ରାୟ ୧୦ ହଜାରରୁ ଅଧିକ ପରିବାରର ଲୋକେ। ଏନେଇ ପ୍ରଶାସନକୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ପ୍ରଶାନ ଶୁଣିନଥିବାରୁ ଏକତ୍ରିତ ହୋଇ ସରପଞ୍ଚଙ୍କ ସହ ମିସି ରାସ୍ତା ମରାମତି କରିଛନ୍ତି ଗ୍ରାମବାସୀ ।

ସଲେଇକେନା ପଞ୍ଚାୟତର ଜୀବନ ରେଖା ପାଲଟିଥିବା ଏହି ରାସ୍ତା ଉପରେ ୪୯ ନମ୍ବର ଜାତୀୟ ରାଜପଥକୁ ଯିବା ପାଇଁ ନିର୍ଭର କରିଥାଆନ୍ତି ପ୍ରାୟ ୭ ଟି ଗାଁର ଶହ ଶହ ପରିବାର ଲୋକେ। ରାସ୍ତାର ଏଭଳି ଅବସ୍ଥା କାରଣରୁ ବିଦ୍ୟାଳୟକୁ ଯିବା ପାଇଁ ଛାତ୍ର ଛାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ, ଲୋକେ ମାନେ ରାସନ ସାମଗ୍ରୀ ଆଣିବାରେ ମଧ୍ୟ ଦୁଃଖ ଭୋଗୁଛନ୍ତି।  ରାସ୍ତା ସମସ୍ୟାକୁ ନେଇ ବାରମ୍ବାର ପ୍ରାଶାସନକୁ ଗୁହାରୀ କଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନଥିଲା ଫଳରେ ନିଜେ ୪ କିମିର ରାସ୍ତା ନିର୍ମାଣ କରିଛନ୍ତି ଲୋକେ ।

୨୪ ବର୍ଷର ସ୍ଥିର ସରକାର ଭିତରେ ରାଜ୍ୟରେ ଲୋକଙ୍କ ପାଖରେ ପହଁଞ୍ଚିପାରିନି ମୌଳିକ ସୁବିଧା..। ଲୋକଙ୍କ ପାଖରେ ନା ଭଲ ରାସ୍ତା ଅଛି ନା ସରକାରଙ୍କର ମୌଳିକ ସୁବିଧାର ପାଦ ଲୋକଙ୍କ ଦୁଆରେ ପହଁଞ୍ଚିଛି ବରଂ ବାଟବଣା ହୋଇଛି ଯୋଜନା। ଦୁର୍ଦଶା ଭୋଗୁଛନ୍ତି ଲୋକେ, କେବେ ଲୋକଙ୍କ ପାଖରେ ପହଁଞ୍ଚିବ ସରକାରଙ୍କ ଯୋଜନା ତାହା ସମୟ କହିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ