ଗାଁକୁ ନାହିଁ ରାସ୍ତା, ଗ୍ରାମବାସୀ ହନ୍ତସନ୍ତ
by Argus News
Wed, Feb 28 | 6:55 p.m.

ଅର୍ଗସ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଭେଦି ପାରୁନି ବିକାଶ। ନା ବିଛା ଯାଇ ପାରୁଛି ପକ୍କା ରାସ୍ତା। ନା ପହଁଞ୍ଚିଛି ବସୁଧା ଯୋଜନା। ମୌଳିକ ସୁବିଧା ଅପେକ୍ଷାରେ ଆଜିବି ଦୁର୍ଗମବାସୀ। କୋରାପୁଟ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ବର ପଞ୍ଚାୟତର ଗାଦବାଗୁଡା ଓ କନ୍ଧଗୁଡା । ଜଙ୍ଗଲ ମଧ୍ୟରେ ରହିଛି ଏହି ଦୁଇ ଗାଁ। ଗାଁରେ ପ୍ରାୟ ୧୦୦ ଲୋକ ବସ ବାସ  କରୁଥିବା ବେଳେ ଗାଁକୁ ଯିବାକୁ ହେଲେ ଅଙ୍କାବଙ୍କା, ନାଳ ରାସ୍ତା ଦେଇ ଯିବାକୁ ପଡେ। ରାସ୍ତା ଏମିତି ଯେଉଁଠି ପାଦେପାଦେ ବିପଦ। ମାତ୍ର ବିକଳ୍ପ ନଥିବାରୁ ଏବେ ଏହା ଅଞ୍ଚଳବାସୀଙ୍କ ପାଇଁ ଲାଇଫ୍ ଲାଇନ୍।

ଏବେବି ଏଇ ଦୁଇ ଗ୍ରାମବାସୀ ଝରଣା ପାଣି ଉପରେ ନିର୍ଭର କରି ଚଳୁଛନ୍ତି। ରାତି ପାହିଲେ ଲୋକେ ଗରା ଡେକଚି ନେଇ ଝରଣା ରୁ ପାଣି ସଂଗ୍ରହ କରୁଛନ୍ତି। ଗ୍ରାମରେ ବସୁଧା ଯୋଜନା ଫେଲ ମାରିଛି। ଦୁଇଟି ନଳକୂପ ଅଛି ମାତ୍ର ଦୁଇଟି ଯାକ ଅଚଳ। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି।ଦୁର୍ଗମବାସୀଙ୍କ ରାଜ୍ୟ ସରକାରଙ୍କ ପ୍ରତାରଣା। ତାଲିକାରେ ମାଳମାଳ ଯୋଜନା ମାତ୍ର ଲାଭ ପାଉ ନାହାନ୍ତି ଦୁର୍ଗମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ