ପାଣି ପାଇଁ ରାସ୍ତାରୋକ, ପାଞ୍ଚ ଘଣ୍ଟା ପରେ ହଟିଲା ରାସ୍ତାରୋକ
by Argus News
Sun, Jun 16 | 6:46 p.m.

ଅର୍ଗସ ବ୍ୟୁରୋ: ଗୁଦାରୀକୁ ଜଳ ଦୁଃଖ। ପାଣି ପାଇଁ ସ୍ଥାନୀୟ ଅଞ୍ଚଳରେ ହାହାକାର। ପ୍ରତି ବର୍ଷ ଖରାଦିନେ ଆସିଲେ ଗୁଦାରୀ ଗାଁର ଦୁଃଖ ବଢିଯାଏ । ପିଇବା ପାଣି ପାଇଁ ହଇରାଣ ହୁଅନ୍ତି ଗାଁ ଲୋକ । ଗୋଟିଏ ନଳକୂପ ଉପରେ ନିର୍ଭର କରି ଚଳନ୍ତି ତିନିଖଣ୍ଡ ସାହିର ଲୋକ । ସେଥିରେ ପୁଣି ଅଧାଦିନ ନଳକୂପ ଅଚଳ ହୋଇପଡେ। ପରିସ୍ଥିତି ଏମିତି ହୁଏ, ଅନ୍ୟ ସାହିରୁ ପାଣି ଆଣି ଚଳନ୍ତି ଅଞ୍ଚଳବାସୀ।ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଲାଗି ଆସିଛି ପାଣି ସମସ୍ୟା ଆଉ ତା ସହ ବର୍ଷ ବର୍ଷ ଧରି ପାଣି ପାଇଁ ଦାବି କରି ଆସୁଛନ୍ତି ଅଞ୍ଚଳବାସୀ।  ସ୍ଥାନୀୟ ସରପଞ୍ଚ, ବିଡ଼ିଓଙ୍କର ଠାରୁ ଆରମ୍ଭ କରି ଜିଲ୍ଲାପାଳ ସମସ୍ତଙ୍କୁ ଗୁହାରି କରିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଶେଷରେ ନିରାସ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ତିନି ଖଣ୍ଡ ପଂଚାୟତବାସୀ ରାସ୍ତା ଉପରେ ଗରା, ବାଲ୍ଟି, ହାଣ୍ଡି ଥୋଇ ଆନ୍ଦୋଳନ କରିଥିଲେ।

ଦୀର୍ଘ ସମୟର ଆନ୍ଦୋଳନ ପରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବା ପରେ ରାସ୍ତାରୋକ ଉଠିଛି। ଏବେ ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗେଇବା ପାଇଁ ପ୍ରଶାସନ ପ୍ରତିଶୃତି ଦେଇଥିବା ବେଳେ ଦଶ ଦିନ ଭିତରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ୨୪ ବର୍ଷର ସରକାର ପରେ ଲୋକଙ୍କୁ ମିଳିଛି ଜଳ ଯନ୍ତ୍ରଣା। ପାଣି ପାଇଁ ଗାଁ ଗାଁରେ ହାହାକାର। ଏପଟେ ପ୍ରଶାସନ ପ୍ରତିଶୃତି ଦେଇ ସାଜିଛି ନିରବଦ୍ରଷ୍ଟା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ