ବିଲ୍ ପାସ୍ କରାଇବାକୁ 10 ହଜାର ଲାଞ୍ଚ ନେଉଥିଲେ ESIର ବରିଷ୍ଠ କିରାଣି, ମାଡି ବସିଲା ଭିଜିଲାନ୍ସ
by Argus News
Thu, Feb 29 | 10:29 a.m.

ରାଉରକେଲା:  ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ । ଜଣେ ବ୍ୟକ୍ତିଙ୍କ ବିଲ୍ ପାସ୍ କରାଇବାକୁ ଆଜି ସକାଳୁ ନଗଦ 10 ହଜାର ଟଙ୍କା  ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ । 2020 ମସିହାରେ ବିଶ୍ଵନାଥଙ୍କ ସିଂ ନାମକ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ଅଣ୍ଟା ହାଡ ଭାଙ୍ଗି ଚିକିତ୍ସା ହେଉଥିଲେ ।

ଆଉ ସେହି ବାବଦକୁ ବିଶ୍ଵନାଥଙ୍କ ESIC ପକ୍ଷରୁ ମିଳିବାର ଥିଲା 96 ହଜାର ଟଙ୍କା । ହେଲେ ବିଲ ପାସ କରାଇଦେଉନଥିଲେ ESICର ସିନିଅର୍ ଆସିଷ୍ଟାଣ୍ଟ  ଅଭିରାମ ସାହୁ । ବିଲ୍ ପାସ୍ କରିବା ପାଇଁ ମାଗିଥିଲେ 10 ହଜାର । ଆଜି ସକାଳ ପ୍ରାୟ 7 ଟା ସମୟରେ ESIC ହସ୍ପିଟାଲ ସମ୍ମୁଖରେ 10 ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଅଭିରାମ ସାହୁଙ୍କ ବିରୋଧରେ ପୂର୍ବରୁ ଅନେକ ଅଭିଯୋଗ ଥିବାବେଳେ ଶେଷରେ ଭିଜିଲାନ୍ସ କବଜାରେ ବରିଷ୍ଠ କିରାଣି । 

ଆହୁରି ପଢନ୍ତୁ ଓଡିଶା ଖବର...

ACCIDENT
9m ago
କଟକ ବାଲିକୁଦା ଛକରେ ଭୟଙ୍କର ଦୁର୍ଘଟଣା
କଟକ: କଟକ ବାଲିକୁଦା ଛକରେ ଦୁର୍ଘଟଣା । ଏନ୍ଏଚ୍- ୧୬ ସଦର ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟିକୁ ପିଟିଲା ଟ୍ରକ୍ । ସ୍କୁଟିରେ ଦୁଇ ଯୁବକ ଯାଉଥିବାବେଳ
ACCIDENT
19m ago
ନାବାଳକଙ୍କ ବେପରୁଆ ଗାଡି ଚାଳନା, ୨ମୃତ
ଅର୍ଗସ ବ୍ୟୁରୋ: ପୁନେରେ ନାବାଳକଙ୍କ ବେପରୁଆ ଗାଡିଚାଳନା ଘଟଣାରେ ତଦନ୍ତ କରୁଛି ପୋଲିସ । ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ଏଥିସହ ବିଭିନ୍
HOROSCOPE
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ