ପାଣ୍ଡିଆନଙ୍କ ସଭା ଖର୍ଚ୍ଚ ଓ ଶ୍ରୀମନ୍ଦିର ଆଲୋକ ଖୋଲା ନେଇ ରୁବେନ ବାନାର୍ଜୀଙ୍କ ଖୁଲାସା
by Argus News
Sun, Jun 16 | 7:23 p.m.

ଅର୍ଗସ ବ୍ୟୁରୋ:  24 ନିର୍ବାଚନରେ ବଡ଼ ବିବାଦରେ ଥିଲେ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ IAS ଭାବେ ନବୀନ କରିଥିଲେ ପାଣ୍ଡିଆନଙ୍କ ପଲିଟିକାଲ ଲଞ୍ଚ୍ । ସେଥିପାଇଁ 147 ବିଧାନସଭାରେ କରିଥିଲେ ସଭା । ପାଣ୍ଡିଆନଙ୍କ ହେଲିକାପ୍ଟର ଖର୍ଚ୍ଚ ସରକାର କରିଥିଲାବେଳେ ସଭା ଖର୍ଚ୍ଚକୁ ନେଇ ବଡ଼ ଗୁମର ଖୋଲିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ । ପାଣ୍ଡିଆନଙ୍କ ସଭା, ମଞ୍ଚ, ଆଲୁଅ, ପ୍ରଚାର ପ୍ରସାର, ପ୍ରବଳ ମାତ୍ରାରେ ଲୋକ ବୁହା ଓ ଲୋକଙ୍କ ପାଇଁ ପ୍ରଚୁର ଖାଦ୍ୟ ପାନୀୟ ବ୍ୟବସ୍ଥା। ଏସବୁର ଖର୍ଚ୍ଚ ବଜେଟରେ ଟଙ୍କାଟିଏ ବ୍ୟୟବରାଦ ନାହିଁ କି ଜିଲ୍ଲା ପ୍ରଶାସନ ଟଙ୍କାଟିଏ ଖର୍ଚ୍ଚ କରିନି । ତାହେଲେ ଏ ଖର୍ଚ୍ଚ କିଏ ଓ କାହିଁକି କରୁଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ରୁବେନ ବାନାର୍ଜୀ ।

ବିଜେପି ପ୍ରତିଶୃତି ଦେଇଛି ଦୁର୍ନୀତିର ନାୟକମାନଙ୍କୁ ପଠାଯିବ ଜେଲ୍ । ପ୍ରଧାନମନ୍ତ୍ରୀ କହିଥିଲେ ସିଏମ୍ ଅଫିସ ଓ ସିଏମ୍ ଆବାସ ମାଫିଆଙ୍କ କବଜାରେ । ମାଫିଆଙ୍କ ଅଣ୍ଟା ଭାଙ୍ଗିଦେବାକୁ ଚେତାବନୀ ଦେଇଥିଲେ ମୋଦି । ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କିଏ ଆଲୋକ ଲଗେଇଥିଲା, କାହିଁକି ଖୋଲିଲା ? । କାହା ପାଖେ ତାର ଉତ୍ତର ନଥିବା କହି ଖୁଲାସା କରିଛନ୍ତି ରୁବେନ ବାନାର୍ଜୀ । ଏବେ ପ୍ରଶ୍ନ- ଚାଲୁଥିଲା କି ରାଜ୍ୟରେ ସମାନ୍ତରାଳ ସରକାର! । ସରକାରଙ୍କ ବ୍ୟବସ୍ଥା ବାହାରେ ସରକାର ଓ ପ୍ରଶାସନକୁ ମାଡ଼ି ବସିଥିଲା ଅସାମ୍ବିଧାନିକ ବ୍ୟବସ୍ଥା ।ସରକାର ବଦଳୁ ବଦଳୁ ଓଡ଼ିଆ ଆସ୍ଥାକୁ କରାଯାଇଥିଲା ଅପମାନ । ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଆଲୁଅ ହୋଇଥିଲା ଉଭାନ୍ । ଅନ୍ଧାର ପରେ ତନାଘନାରୁ ମିଳିଛି ରୋଚକ ତଥ୍ୟ । ଆଲୋକୀକରଣ ବାବଦକୁ ଶ୍ରୀମନ୍ଦିର ପ୍ରଶାସନ ଦେଉନଥିଲା ଟଙ୍କା । ଜିଲ୍ଲା ପ୍ରଶାସନ ମଧ୍ୟ ଖର୍ଚ୍ଚ କରୁନଥିଲା ଟଙ୍କା ।.. ଲାଇଟ ବାବଦକୁ କିଏ ଆଉ କାହିଁକି ଖର୍ଚ୍ଚ କରିଥିଲା ମୋଟା ଟଙ୍କା ? ।

ଏବେ ଓଡ଼ିଶାରେ ଅସ୍ମିତାର ବିଜୟ ହୋଇଛି । କଳାପାହାଡିଆଙ୍କ ଯୁଗ ଶେଷ ହୋଇଛି । ଖାଣ୍ଟି ଓଡ଼ିଆ, ଖାଣ୍ଟି ଆଦିବାସୀ ମୋହନ ମାଝୀ ଗାଦିରେ । ସରକାର କେବେ ଦୋଷୀଙ୍କ ମୁହଁରୁ ପରଦା ଓହ୍ଲାଇ କରିବେ ଦଣ୍ଡିତ । ତାକୁ ହିଁ ସାଢେ 4 କୋଟି ଓଡ଼ିଆଙ୍କ ଅପେକ୍ଷା ।.

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ