୨୪ ବର୍ଷର ସରକାରର ଦୁର୍ନୀତି ବିରୋଧରେ ଗର୍ଜନ
by Argus News
Fri, Dec 01 | 8:04 p.m.

ଅର୍ଗସ ବ୍ୟୁରୋ : ସମ୍ବଲପୁରରେ ଜୋର ଧରିଛି ଦୁର୍ନୀତି ବିରୋଧୀ ଅଭିଯାନ । ରାଜ୍ୟ ପ୍ରଶାସନିକ କଳରେ ବଢ଼ିଚାଲିଥିବା ଭ୍ରଷ୍ଟାଚାର, ପ୍ରିୟାପ୍ରୀତି ତୋଷଣ, ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଗର୍ଜନ କରିଛି ବିଜେପି । ଜନଆକ୍ରୋଶ ସମାବେଶ କରି ଜୋରଦାର ପ୍ରତିବାଦ କରାଯାଇଛି । ସହରର ବାଲିବନ୍ଧା ଓ ଲକ୍ଷ୍ମୀଟକିଜ ଛକରୁ ହଜାର ହଜାର ବିଜେପି କର୍ମୀ ବିରାଟ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଅଫିସ୍ ଘେରାଉ କରିଛନ୍ତି । ଦାବି ପୂରଣ ପାଇଁ ନେତାମାନେ ସ୍ବର ଉଠାଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୧୦ ବର୍ଷରୁ ଅଧିକ ହେବ ସମ୍ବଲପୁର ମହାନଗର ନିଗମର ନିର୍ବାଚନ କରାଯାଉନାହିଁ । ମହାନଗର ନିଗମରେ ସଫେଇ କାର୍ଯ୍ୟ ତ୍ବରାନ୍ବିତ କରିବା, ପ୍ରକୃତ ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ସ୍ତ୍ରିଟ ଲାଇଟ୍, ଜନଗହଳି ପୂର୍ଣ୍ଣ ସ୍ଥାନରେ ଶୌଚାଳୟର ବ୍ୟବସ୍ଥା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ବ୍ୟବସାୟୀ ଙ୍କ ଉପାରେ ଲଦା ଯାଇଥିବା ଟ୍ରେଡ୍ ଲାଇସେନ୍ସ ଫିର ଅହେତୁକ ବୃଦ୍ଧି ରୋକିବାକୁ ଦାବି କରିଛି ବିଜେପି । 

ଗତ ୯ ବର୍ଷରେ ବିଭିନ୍ନ ବିକାଶ ମୂଳକ ଯୋଜନାରେ ଓଡ଼ିଶାକୁ ୧୮ ଲକ୍ଷ ୮୩ ହଜାର କୋଟିରୁ ଅଧିକ ଟଙ୍କା ଦେଇଛନ୍ତି ମୋଦି ସରକାର । ବିଜେପି ଅଭିଯୋଗ କରିଛି ଭ୍ରଷ୍ଟାଚାରୀ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାର ହରିଲୁଟ୍ କରି ବିକାଶରେ ବାଧକ ସାଜିଛି । ଓଡିଶାରେ ୫୦ ପ୍ରତିଶତ ପିସି ସରକାର ଚାଲିଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ପାନୀୟ ଜଳ ଯୋଗାଣ ଯୋଜନାରେ ଓଡିଶାକୁ କେନ୍ଦ୍ର ଦେଇଥିବା ୧୫ ହଜାର କୋଟି ଟଙ୍କା ଲୁଟିଛନ୍ତି ଅଫିସର ଓ ବିଜେଡି ନେତା । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ