ଖୋଲିଲା ବୁଝାମଣାର ଗୁମର, ମିଳିଲା ପ୍ରମାଣ
by Argus News
Sun, Dec 10 | 7:51 p.m.

ଭୁବନେଶ୍ୱର:  ରାଜନୈତିକ ପୃଷ୍ଠପୋଷକତାରେ ଚାଲିଥିଲା ସାହୁ ବ୍ରଦର୍ସଙ୍କ ଅବାଧ ମଦ ସାମ୍ରାଜ୍ୟ। ଖୋଲିଲା ବିଜେଡି ସହ ବୁଝାମଣାର ଗୁମର, ମିଳିଲା ବଡ଼ ପ୍ରମାଣ। ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିରେ ଦୀପକ ସାହୁଙ୍କ ସ୍କୁଲ ଥିବା ଅଭିଯୋଗ। 5 ଦିନ ପରେ ବି ମନ୍ତ୍ରୀ ଟୁକୁନି ସାହୁଙ୍କ ନିରବତା ନେଇ ଉଠିଲା ପ୍ରଶ୍ନ ।  ସ୍କୁଲର ଉଦଘାଟନ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ।  ମଦ ବ୍ୟବସାୟୀ ଦୀପକ ସାହୁଙ୍କ ସହ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପର୍କ କେବଳ ମଞ୍ଚରେ ବସିବା ଯାଏଁ ସୀମିତ ନ ଥିଲା । ମନ୍ତ୍ରୀଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ଲାଗୁଥିଲା ମଦ ବ୍ୟବସାୟୀଙ୍କ ଗାଡ଼ି ।  ଦୀପକ ସାହୁଙ୍କ କମ୍ପାନୀର ଗାଡି ବି ମନ୍ତ୍ରୀ ଟୁକୁନି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଚର୍ଚ୍ଚା ହେଉଛି, ଟୁକୁନିଙ୍କ ସ୍ବର୍ଗତ ସ୍ବାମୀଙ୍କୁ ମିଳିଥିଲା ଏ ଉପହାର। ବଡ ପ୍ରଶ୍ନ, ସେଥିପାଇଁ ଦୀପକଙ୍କ ଉପରେ ମେହରବାନ ଥିଲେ କି ଟୁକୁନି ?  

ସହର ଭିତରେ ଦୀପକ ସାହୁଙ୍କ ମଦ ଭାଟି । ଇଏ ହେଉଛି ଦୀପକ ସାହୁଙ୍କ ସହର ମଝିରେ ଥିବା ସେହି ମଦଭାଟ୍ଟି। ଯେଉଁଠୁ ଜବତ ଆୟକର ବିଭାଗ  ରେଡ୍ କରି ଜବତ କରିଛି କୋଟି କୋଟି ଟଙ୍କା। ସହର ମଝି ଦେଶୀ ମଦ ତିଆରି ହେଉଥିଲା ଏହି ଭାଟିରୁ। ବାରମ୍ବାର ଲୋକଙ୍କ ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୁନ୍ । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ମନ୍ତ୍ରୀ ଟୁକୁନି ସାହୁଙ୍କ ସହ  ଘନିଷ୍ଠତା ଯୋଗୁଁ ଦୀପକ ସାହୁଙ୍କ ଏହି ମଦ ଭାଟିରେ ହାତ ମାରିପାରୁନଥିଲା ପ୍ରଶାସନ।  ଜଙ୍ଗଲ ଓ ଗୋଚର ଜମିରେ ଜବରଦଖଲ ଅଭିଯୋଗ, ଦୀପକ ସାହୁଙ୍କ ସ୍କୁଲ ବସରେ ବିଜେଡି ପତାକା, ମନ୍ତ୍ରୀ ଟୁକୁନି ସାହୁଙ୍କୁ କାର ଉପହାରକୁ ନେଇ ସଙ୍ଗୀନ ଅଭିଯୋଗ। ଯାହା ଦୀପକ ସାହୁଙ୍କ ବିଜେଡି ଲିଙ୍କ୍ ଚର୍ଚ୍ଚାକୁ ଆହୁରି ତେଜିଛି। ହୁଏତ ଏଥିପାଇଁ ୨୦ ବର୍ଷ ହେଲା ଟେଣ୍ଡର ବିନା କେବଳ ରେନ୍ୟୁରେ ଚାଲିଥିଲା ଦୀପକ ସାହୁଙ୍କ ମଦ ସାମ୍ରାଜ୍ୟ। ବର୍ତ୍ତମାନର ବଡ ପ୍ରଶ୍ନ, କାହିଁକି  ଟୁକୁନି ସାହୁଙ୍କ ମୁହଁରେ ତୁଣ୍ଡି ? ଜବାବ ରଖିବେ କି ମନ୍ତ୍ରୀ ଟୁକୁନି ସାହୁ ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ